ଭଞ୍ଜନଗର ବେଲଗୁଣ୍ଠା ରୋଡ଼ ଝଙ୍କେରେଇ ମନ୍ଦିର ନିକଟରେ ଦୃର୍ଘଟଣା…


ଭଞ୍ଜନଗର:- ଆଜି ସନ୍ଧ୍ୟା ପ୍ରାୟ ୮.୩୦ ମିନିଟ ସମୟରେ ଭଞ୍ଜନଗର ବେଲଗୁଣ୍ଠା ରୋଡ଼ ଝଙ୍କେରେଇ ମନ୍ଦିର ନିକଟରେ ଗୋଟିଏ ଅଲ୍ଟୋ କାର (ନମ୍ବର OD07S0209) ଆଗରେ ଯାଉଥିବା ହିରୋହୋଣ୍ଡ ପେଶନ ମଟର ସାଇକେଲ (ନମ୍ବର OD321143) କୁ ଧକ୍କା ଦେବା ଫଳରେ ବାଇକ ଆରୋହି ବାଣତୁମ୍ବୁ ଗ୍ରାମର ଅମୀୟ ରାଉତ ବୟସ ୨୮ବର୍ଷ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଗୋଡ଼ ଏବଂ ଶରୀର ଭିଭିନ୍ନ ଅଙ୍ଗରେ ଆଘାତ ଲାଗିଛି। ଦୁର୍ଘଟଣା ଏତେ ଜୋର ଥିଲା ଯେ କାର ର ଡାହାଣ ପଟ ଆଗ ଚକା ଫାଟି ଯାଇଛି।ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ନିଆଯାଇଥିଲା ପରେ ଗୁରୁତର ହେବାରୁ ବ୍ରମହପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.