ପୌର ଫଳାଫଳକୁ ନେଇ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ସାମର୍ଥ୍ୟ ଅଛି କ୍ଷମତା ଅଛି । କିନ୍ତୁ କଉଠି ନା କଉଠି ଆମକୁ ଲାଗୁଛି ଯେ, ଆମ ରାଜନେତୃତ୍ୱକୁ ସୁଦୃଢ଼ କରିବାକୁ ପଡ଼ିବ । ଶସକ୍ତ କରିବାକୁ ପଡ଼ିବ । ବଳଶାଳୀ କରିବାକୁ ପଡ଼ିବ । ରାଜନେତୃତ୍ୱ ଯେଉଁ ପର୍ଯ୍ୟନ୍ତ ବଳଶାଳୀ ହେବ ନାହିଁ, ସୁଦୃଢ଼ ହେବ ନାହିଁ ଓ ଶସକ୍ତ ହେବ ନାହିଁ ସେ ପର୍ଯ୍ୟନ୍ତ ତଳେ ପରିଲକ୍ଷିତ ହେବ ନାହିଁ ।

ଆମକୁ ତୃଣମୂଳ ସ୍ତର ଠାରୁ ଉପର ପର୍ଯ୍ୟନ୍ତ ଆମର ସଂଗଠନକୁ ମଜବୁତ୍ କରିବାକୁ ପଡ଼ିବ । ସମୀକ୍ଷାର ସମୟ ଆଉ ଆମର ସମସ୍ତଙ୍କର ଦାୟିତ୍ୱ । ମୁଁ କେବେ ବି କହିବନି ଜଣଙ୍କର ଦାୟିତ୍ୱ । ଏଇଟା ଆମ ସମସ୍ତଙ୍କର ଦାୟିତ୍ୱ । ଏଇଟା ସାମୁହିକ ଦାୟିତ୍ୱ । ଆମ ସମସ୍ତଙ୍କୁ ମିଶି ଏ ଦିଗରେ କାମ ରିବାର ଅଛି । କିନ୍ତୁ ମୁଁ ଗୋଟିଏ ଜିନିଷ କହିବି ‘ସୁରଜ ନିକେଲେଗା ଅର୍ କମଲ ଖିଲେଗା ।’ ରାଜନେତୃତ୍ୱ ଯଦି ସୁଦୃଢ଼ ହୋଇଥା’ନ୍ତା ଯଦି ଦୁର୍ବଳ ହୋଇନଥା’ନ୍ତା ତା’ ହେଲେ ଏ ଅବସ୍ଥା ହୋଇନଥା’ନ୍ତା । ଆମେ ଆଜି ବହୁତ୍ କମ୍ ।

ପୌରାଞ୍ଚଳରେ ଆମେ ବହୁତ୍ କମ୍ ଚ୍ୟାୟାରମ୍ୟାନ୍ ସିଟ୍ ଜିତିଛୁ । ମୁଁ ଭାବୁଛି ଏଇଟା ହେବାର ନଥିଲା । ଯଦି ଆମେ ସୁଦୃଢ଼ ହୋଇଥା’ନ୍ତୁ ଆଜି ଏଭଳି ହୋଇନଥା’ନ୍ତା ବୋଲି ଅପରାଜିତା କହିଛନ୍ତି । ମୁଁ କେବେବି ଅନ୍ୟ ରାଜନୈତିକ ଦଳକୁ ଦୋଷ ଦେବି ନାହିଁ । ଅର୍ଥ ବଳ ଓ ବାହୁ ବଳ ବହୁ ମାତ୍ରାରେ ପ୍ରୟୋଗ ହୋଇଛି । ସବୁ ଓଡ଼ିଶାବାସୀ ଜାଣିଛନ୍ତି । ସମସ୍ତଙ୍କ ପାଖରେ ଭିଡିଓ କ୍ଲିପ୍ସ୍ ଅଛି । କିନ୍ତୁ ତାହେଲେ ବି ମୁଁ କହିବି ତାହା ଆମ ମାନଙ୍କର ଦାୟିତ୍ୱ । ଆମମାନଙ୍କର ଦୁର୍ବଳତା । ଭାରତୀୟ ଜନତା ପାର୍ଟିର ଦୁର୍ବଳତା । ଆଉ ଏଇଟା ମୁଁ ସ୍ୱିକାର କରୁଛି । ମୁଁ ସ୍ୱିକାର କରୁଛି ଜଣେ କର୍ମୀ ହିସାବରେ ମୁଁ ଆପଣଙ୍କର ସାମ୍ନାରେ ଠିଆ ହୋଇଛି । ମୁଁ ସ୍ୱୀକାର କରୁଛି ଯେ, ମୁଁ ପୁନରାବୃତ୍ତି କରିବି ଭାରତୀୟ ଜନତା ପାର୍ଟିି କର୍ମୀ ଯେ ଅଛନ୍ତି ସବୁ ଜାଗାରେ, ବିଭିନ୍ନ ଜିଲ୍ଲାରେ ତାଙ୍କର ବହୁତ ସାମର୍ଥ୍ୟ ଅଛି । ବହୁତ କ୍ଷମତା ଅଛି । ବହୁତ କିଛି ସେମାନେ କରିପାରିବେ । ବହୁତ ଉତ୍ସାହ ଉଦ୍ଦିପନା ଅଛି । କିନ୍ତୁ ରାଜନେତୃତ୍ୱକୁ ସବଳ ହେବାକୁ ପଡ଼ିବ । ସୁଦୃଢ଼ ହେବାକୁ ପଡ଼ିବ । ଶସକ୍ତ ହେବାକୁ ପଡ଼ିବ ।

ପୌରନିର୍ବାଚନରେ ଯେଉଁ ପ୍ରକାର ଭୋଟିଂ ହୋଇଛି, ଯେଉଁ ପ୍ରକାର ଭୋଟିଂ ପାର୍ଟନ ଥିଲା । ମୁଁ କହିବି ଭାରତୀୟ ଜନତା ପାର୍ଟି ତରଫରୁ ମେୟର ପାଇଁ କିମ୍ବା କର୍ପୋରେଟରମାନଙ୍କ ପାଇଁ ବହୁତ୍ ଅଳ୍ପ ଖର୍ଚ୍ଚ କରାଯାଇଛି । ଆପଣମାନେ ବି ଉପଲବ୍ଧି କରିଛନ୍ତି । ସମସ୍ତେ ଏ କଥା କହୁଛନ୍ତି । ଏଇଟା ନୂଆ କଥା ନୁହେଁ । ବହୁତ୍ କମ୍ ଖର୍ଚ୍ଚ କରାଯାଇଛି । ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଆମେ ବହୁତ୍ କମ୍ ଖର୍ଚ୍ଚ କରିଛୁ । ଏତେ କମ୍ ଖର୍ଚ୍ଚ କରି ମଧ୍ୟ ଆମେ ୧୦ଟତ କର୍ପୋରେଟ୍ ସିଟ୍ ଜିତିପାରିଛୁ । ଆଉ ଆମର ନୂଆ ଚେହେରା ଆମର ମେୟର କ୍ୟାଣ୍ଡିଟେଡ୍ ଯେ ଅଛନ୍ତି ସେ ଲକ୍ଷେ ୧୪ ହଜାର ଭୋଟ୍ ନେଇକି ଆସିଲେ ଏଇଟା କମ୍ ବଡ଼ କଥା ନୁହେଁ । ମୁଁ ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ କୃତଜ୍ଞ । ପ୍ରତ୍ୟେକ ଭୁବନେଶ୍ୱରବାସୀ ଯେଉଁମାନେ ଭୋଟ୍ ଦେଇଛନ୍ତି ତାଙ୍କର ପାଖରେ ବି କୃତଜ୍ଞ । ମୁଁ ସମସ୍ତଙ୍କୁ ଯେଉଁମାନେ ନବନିର୍ବାଚିତ ହେଇଛନ୍ତି ସମସ୍ତଙ୍କୁ ମୋ ତରଫରୁ ବଧେଇ । ଏଇଟା ସମସ୍ତଙ୍କର ଦାୟିତ୍ୱ । ମୁଁ ସବୁବେଳେ କୁହେ ଜଗନ୍ନାଥଙ୍କ ରଥକୁ ଜଣେ ଲୋକ ଟାଣନ୍ତି ନାହିଁ ସମସ୍ତଙ୍କୁ ମିଶିକି ଟାଣିବାକୁ ହେଉଛି ।

nis-ad
Leave A Reply

Your email address will not be published.