ଯୋଡ଼ା ଗଣେଶ ଭବନ ଲଜ୍ ନିକଟରେ ଛୁରା ମାଡ଼, ଯୁବକ ମୃତ

ବଡବିଲ, ୨୭।୩ ଯୋଡ଼ା ଗଣେଶ ଭବନ ଲଜ୍ ନିକଟରେ ଶନିବାର ରାତିରେ ଛୁରା ମାଡ଼ରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଂଚଳର ନାଜିମ୍ ସେକ୍ । ସୂଚନା ଅନୁଯାୟୀ, ନାଜିମ୍ ସେକ୍ ଟାଟା ଷ୍ଟିଲରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମକରୁଥିଲେ ଏବଂ ତାଙ୍କର ଅନ୍ୟ ସହକର୍ମୀଙ୍କ ସହ ଗଣେଶ ଭବନ ଲଜରେ ରହି ଆସୁଥିଲେ ।

ଶନିବାର ରାତିରେ ୨ଯୁବକ ଏକ ବାଇକରେ ଲଜ୍ ନିକଟକୁ ଆସି ନାଜିମକୁ ବାହାରକୁ ଡାକିଥିଲେ । ତେବେ ନାଜିମ୍ ଲଜ୍ ବାହାରକୁ ଆସିବା ପରେ ସେହି ଅଜ୍ଞାତ ଯୁବକମାନେ ତାଙ୍କୁ ଛୁରାମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ ବୋଲି ନାଜିମଙ୍କ ଭାଇ ଓ ସହକର୍ମୀମାନେ କହିଛନ୍ତି । ଗୁରୁତର ନାଜିମଙ୍କୁ ସଙ୍ଗେସଙ୍ଗେ ଯୋଡ଼ା ସ୍ଥିତ ଟାଟା ମେଡିକାଲକୁ ନିଆଯାଇଥିଲେହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯୁବକଙ୍କୁ ଛୁରାମାଡ଼ ପଛର କାରଣ ଅସ୍ପଷ୍ଟ ରହିଛି। ଯୋଡ଼ା ପୋଲିସ୍ ମୃତଦେହକୁ ଜବତ୍ କରି ଘଟଣାର ତଦନ୍ତ ଚଳାଇଛି । ଆକ୍ରମଣକାରୀ ଅଭିଯୁକ୍ତମାନେ କିଏ ଏବଂ ସେମାନେ ନାଜିମକୁ କାହିଁକି ହତ୍ୟା କଲେ ସେନେଇ ଯୋଡ଼ା ପୋଲିସ୍ ଖୋଳତାଡ଼ ଚଳାଇଛି ।

nis-ad
Leave A Reply

Your email address will not be published.