କଟକରେ ବାଜି ମାରିଲେ ସୁବାସ ସିଂ

କଟକ: ଭୁବନେଶ୍ୱର ପରେ କଟକ ମହାନଗର ନିଗମର ଭୋଟ୍ ଗଣତି ଶେଷ ହୋଇଛି ଏବଂ ୫୯ଟି ଓ୍ଵାର୍ଡର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । ବିଜେଡ଼ି ପୁଣି ଥରେ ୩୮ଟି ଓ୍ଵାର୍ଡ ଜିତି କଟକରେ ନିଜର ଦବଦବା ଜାହିର କରିଛି । ମେୟର ପଦରେ ବିଜେଡିର ପ୍ରାର୍ଥୀ ସୁବାସ ସିଂହ ଜିତିଛନ୍ତି ।

ସୁଚନା ଅନୁସାରେ କଟକ ମହାନଗର ନିଗମର ମୋଟ୍ ୫୯ଟି ଓ୍ଵାର୍ଡରୁ ୩୮ଟି ଓ୍ଵାର୍ଡ ଦଖଲ କରିଛି ବିଜେଡି। ସେହିପରି କଂଗ୍ରେସ ୮ଟି ଏବଂ ବିଜେପି ୭ଟି ଓ୍ଵାର୍ଡରେ ରହିଛି । ସୁଚନା ଅନୁସାରେ ଭୁବନେଶ୍ୱରରେ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀ ସୁଲୋଚନା ଦାସ । ବିଏମସିରେ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ପଛରେ ପଡିଥିଲେ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର‌୍ୟ୍ୟ ।

୪୦ ହଜାରରୁ ଉର୍ଦ୍ଧ୍ୱ ଭୋଟ୍‌ରେ ବିଜେଡ଼ି ବିଜୟ ହାସଲ କରିଛି । ତେବେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ମଧ୍ୟ ଏକ ବଡ଼ ଫାଇଟ୍ ଦେଇ ଏକ ଲକ୍ଷରୁ ଅଧିକ ଭୋଟ୍ ହାତେଇଛନ୍ତି । ତେବେ ସୁଲୋଚନାଙ୍କ ବିଜୟ ସହିତ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଜଣେ ମହିଳା ମେୟର ମିଳିଛନ୍ତି ।

nis-ad
Leave A Reply

Your email address will not be published.