ହିଞ୍ଜିଳି ପୌର ପରିଷଦ ନିର୍ବାଚନ : ପ୍ରବଳ ସଙ୍ଘର୍ଷ ସହ ବିଜେଡ଼ିର ବାଜିମାତ୍…

ହିଞ୍ଜିଳିକାଟୁ :ବହୁଦିନର ଚର୍ଚ୍ଚା ଓ ପ୍ରତୀକ୍ଷାର ଅନ୍ତଘଟାଇ ହିଞ୍ଜିଳି ପୌର ପରିଷଦର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି ।ପୂର୍ବାନୁମାନ ପ୍ରକାରେ ନିର୍ବାଚନ ଶାସକ ଦଳ ଏବଂ ଅନ୍ୟାନ୍ୟ ଦଳ ପ୍ରତିହାର ଜିତ୍ ସଂଘର୍ଷ ପୂର୍ଣ ହେବ ବୋଲି ଯେଉଁ ଆକଳନ ହୋଇଥିଲା ତାହା ଆଜି ସଠିକ୍ ପ୍ରମାଣିତ ହୋଇଛି । ହିଞ୍ଜିଳି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗଡ଼ ହୋଇଥିଲେ ମଧ୍ୟ ଦଳକୁ ପ୍ରବଳ ବିରୋଧ ସହ ଲଢ଼େଇ ପାଇଁ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।ଏହି ପରିକି ବିରୋଧୀ ବିଜେପି,କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ପ୍ରଶାସନିକ ଦଳକୁ ପ୍ରବଳ ସଂଘର୍ଷ ପୂର୍ଣ ଏବଂ ପ୍ରତିଯୋଗିତା ପୂର୍ଣ୍ଣ ନିର୍ବାଚନ କରାଇବାରେ ସଫଳ ହୋଇଥିଲେ । ସୂଚନା ପ୍ରକାରେ ହିଞ୍ଜିଳି ପୌର ପରିଷଦ ଅଧ୍ୟକ୍ଷ ପାଇଁ ୦୬ ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଛିଡ଼ା ହୋଇଥିବା ବେଳେ,ବିଜେଡ଼ି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପୋଲେଇଙ୍କୁ ୬୮୨୦ ଭୋଟ୍ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ୫୧୮୬ ଭୋଟ୍ ମିଳିଛି । ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁନାରାମ ସାବତଙ୍କୁ ୩୩୭ ଭୋଟ୍ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରଞ୍ଜିତ କୁମାର ପୋଲେଇଙ୍କୁ ୩୭୬ ଖଣ୍ଡ ଭୋଟ୍ ମିଳିବା ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଶ୍ରୀନୁ ବାଡ଼ତ୍ୟା ୮୦ ଖଣ୍ଡ ଭୋଟ ପାଇଥିବା ବେଳେ ସୁଶି କମ୍ୟୁନିଷ୍ଟ ପାର୍ଟି ନାରାୟଣ ସାହୁ ୧୭୨ ଖଣ୍ଡ ଭୋଟ ପାଇଛନ୍ତି । ୨୫୩ ଖଣ୍ଡ ଭୋଟ ନୋଟା କୁ ଯାଇଥିବାବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପୋଲେଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ୧୬୩୪ ଖଣ୍ଡ ଅଧିକ ଭୋଟପାଇ ହରାଇବା ସହ ଶ୍ରୀ ସୁବାଷ ଚନ୍ଦ୍ର ପୋଲେଇ ବିଜୟ ଘୋଷିତ ହୋଇ ପୌର ପରିଷଦ ଅଧ୍ୟକ୍ଷ ଘୋଷିତ ହୋଇଛନ୍ତି ।ଅନ୍ୟପକ୍ଷରେ ୱାର୍ଡ଼ ନଂ-୦୧ ସରୋଜ କୁମାର ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସୁଧୀର କୁମାର ପଣ୍ଡା (ସ୍ୱାଧୀନ) ଙ୍କ ଠାରୁ ୧୬ ଖଣ୍ଡ ଅଧିକ ଭୋଟପାଇ ବିଜୟୀ ଘୋଷିତ ହୋଇଛନ୍ତି। ସରୋଜ କୁମାର ପଣ୍ଡା ୨୭୫ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀଧର ପଣ୍ଡା ୨୫୯ ଖଣ୍ଡ ଭୋଟ ପାଇଥିଲେ । ୱାର୍ଡ଼ ନଂ-୦୨ ରୁ ଯୁଧିଷ୍ଠିର ଦାସ (ବିଜେପି) ୩୫୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିପ୍ର କୁମାର ନାୟକ(ବିଜେଡ଼ି) ୩୪୧ ଖଣ୍ଡ ଭୋଟ ପାଇ ଯୁଧିଷ୍ଠିର ଦାସଙ୍କ ଠାରୁ ୧୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଏଠାରେ ବିଜେପି ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି। ବହୁଦିନର ଅନ୍ତ ଘଟାଇ ୩ ନମ୍ବର ୱାର୍ଡ଼ରେ ପିଙ୍କି ଗୌଡ଼ (ଜାତୀୟ କଂଗ୍ରେସ)୨୭୩ ଖଣ୍ଡ ଭୋଟପାଇ ତାଙ୍କର ନିକଟତର ପ୍ରତିଦ୍ବନ୍ଦୀ ନଳିନୀ ପଣ୍ଡା (ବିଜେଡ଼ି)୨୧୪ ଖଣ୍ଡ ଭୋଟ ପାଇବା ସହ ୫୯ ଖଣ୍ଡ ଭୋଟ ଅଧିକ ବ୍ୟବଧାନରେ ଜାତୀୟ କଂଗ୍ରେସ ପ୍ରାର୍ଥୀନୀ ପିଙ୍କି ଗୌଡ଼ ବିଜୟୀ ଘୋଷିତ ହୋଇଛନ୍ତି । ୱାର୍ଡ଼ ନଂ ୦୪ ସ୍ୱାଧୀନ ପ୍ରାର୍ଥୀନୀ ରଞ୍ଜିତା ଚୌଧୁରୀ ୨୮୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀନୀ ଅନିତା ଚୌଧୁରୀ ମାତ୍ର ୨୩୧ ଖଣ୍ଡ ଭୋଟ ପାଇ ୫୩ ଖଣ୍ଡ ଭୋଟ ବ୍ୟବଧାନରେ ସ୍ୱାଧୀନ ପ୍ରାର୍ଥୀନୀ ରଞ୍ଜିତା ଚୌଧୁରୀଙ୍କ ଠାରୁ ବିଜେଡ଼ି ପ୍ରାର୍ଥୀନୀ ଅନିତା ଚୌଧୁରୀ ପରାଜୟ ବରଣ କରିଛନ୍ତି । ୦୫ ନମ୍ବର ୱାର୍ଡ଼ରୁ ବିଭୁପ୍ରସାଦ ପଣ୍ଡା, ୱାର୍ଡ଼ ନଂ-୦୬ରୁ ସୁଚିତ୍ରା ପଣ୍ଡା, ୱାର୍ଡ଼ ନଂ-୦୭ରୁ ଶସି ଶବର ଏବଂ ୱାର୍ଡ଼ ନଂ-୦୮ରୁ ବିଳାସ କୁମାରୀ ମହାନ୍ତି ଏହି ଚାରିଜଣ ବିଜେଡ଼ି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୦୯ ନମ୍ବର ୱାର୍ଡ଼ରେ ବିଜେଡ଼ି ପ୍ରାର୍ଥୀନୀ ରିନା ଗୌଡ଼ ତାଙ୍କର ନିକଟତର ପ୍ରତିଦ୍ବନ୍ଦି ଜାତୀୟ କଂଗ୍ରେସର ଲଷ୍ମୀ ସ୍ୱାଇଁ ୧୩୫ ଗୋଟି ଭୋଟ ପାଇବା ସହ ଜାତୀୟ କଂଗ୍ରେସ ପ୍ରାର୍ଥୀନୀ ଲଷ୍ମୀ ସ୍ୱାଇଁ ବିଜେଡ଼ି ପ୍ରାର୍ଥୀନୀ ରୀନା ଗୌଡ଼ଙ୍କ ଠାରୁ ୪୭୩ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଛନ୍ତି। ୱାର୍ଡ଼ ନଂ-୧୦ର ବିଜେଡ଼ି ପ୍ରାର୍ଥୀନୀ ସୁପ୍ରଭା ମହାରଣା ୩୭୩ ଖଣ୍ଡ ଭୋଟ ପାଇ ଥିବାବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ରବୀନ୍ଦ୍ର ପାଣିଗ୍ରାହୀ ୨୪୮ ଖଣ୍ଡ ଭୋଟ ପାଇଛନ୍ତି,୧୨୫ ଖଣ୍ଡ ଭୋଟ ବ୍ୟବଧାନରେ ସୁପ୍ରଭା ମହାରଣା ବିଜୟୀ ହୋଇଛନ୍ତି । ୧୧ ନମ୍ବର ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀ ଅମୂଲ୍ୟ ସାହୁ ୨୭୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ପାତ୍ର ୨୪୭ ଭୋଟ ପାଇବା ସହ ସ୍ୱାଧୀନ ପ୍ରାର୍ଥୀ ଅମୂଲ୍ୟ ସାହୁଙ୍କ ଠାରୁ ୩୧ ଖଣ୍ଡ ଭୋଟ ବ୍ୟବଧାନରେ ହାରି ଯାଇଛନ୍ତି । ୧୨ ନମ୍ବର ୱାର୍ଡ଼ରେ ରୁକ୍ମଣୀ ବିଶୋଇ (ବିଜେଡ଼ି) ୩୨୦ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ସୁନିତା କୁମାରୀ ମିଶ୍ର ୩୦୮ ଖଣ୍ଡ ଭୋଟ ପାଇବା ସହିତ ୧୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀନୀଙ୍କ ଠାରୁ ପରାଜୟ ହୋଇଛନ୍ତି, ୧୩ ନଂ ୱାର୍ଡ଼ ସୁବାଷ ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୧୪ ନମ୍ବର ୱାର୍ଡ଼ ରେ ମଞ୍ଜୁଳା ବେହେରା ସ୍ୱାଧୀନ ପ୍ରାର୍ଥୀନୀ ୨୭୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀନୀ ତପସ୍ୱିନୀ ବେହେରା ୨୭୨ ଖଣ୍ଡ ଭୋଟ ପାଇଛନ୍ତି । ଏହି ୱାର୍ଡ଼ରେ ବିଜେଡ଼ି ପ୍ରାର୍ଥୀନୀ ତପସ୍ୱିନୀ ବେହେରା ସ୍ୱାଧୀନ ପ୍ରାର୍ଥୀନୀ ମଞ୍ଜୁଳା ବେହେରାଙ୍କ ଠାରୁ ଘୋର ସଂଘର୍ଷ ସହ ମାତ୍ର ୦୧ ଗୋଟି ଭୋଟ ବ୍ୟବଧାନରେ ପରାଜୟ ବରଣ କରିଛନ୍ତି। ଅନ୍ୟପକ୍ଷରେ ୱାର୍ଡ଼ ନଂ-୧୫ ସ୍ୱାଧୀନ ପ୍ରାର୍ଥୀ ଗୋପବନ୍ଧୁ ବେହେରା ୨୭୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳର ସର୍ବ କନିଷ୍ଠ ତମ ପ୍ରାର୍ଥୀ ସଂସ୍କାର ପଟ୍ଟନାୟକ ୧୪୮ ଖଣ୍ଡ ଭୋଟ୍ ପାଇବା ସହ ସ୍ୱାଧୀନ ପ୍ରାର୍ଥୀ ଗୋପବନ୍ଧୁ ବେହେରାଙ୍କ ଠାରୁ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଛନ୍ତି । ୱାର୍ଡ଼ ନଂ ୧୬ ବିଜେଡିର ମଧୁସ୍ମିତା ବେହାର ୫୪୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ଜାନକୀବଲ୍ଲଭି ଦେବୀ ୨୨୧ ଖଣ୍ଡ ଭୋଟ ପାଇଛନ୍ତି । ଏଠାରେ ବିଜେଡିର ମଧୁସ୍ମିତା ବେହେରା ୩୧୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୱାର୍ଡ଼ ନଂ ୧୭ ଶ୍ୟାମଘନ ବେହେରା ଅପ୍ରତିଦ୍ବନ୍ଦି ଭାବେ ବିଜୟୀ ହୋଇଥିବା ବେଳେ ୱାର୍ଡ଼ ନଂ ୧୮ ରେ ବିଜେଡି ପ୍ରାର୍ଥୀନୀ ସନ୍ତୋସିନୀ ବେହେରା ୩୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ରିତା ସେଠୀ ୩୧୩ ଖଣ୍ଡ ପାଇ ମୋଟ ୮୪ ଖଣ୍ଡ ଭୋଟ୍ ବ୍ୟବଧାନରେ ସନ୍ତୋସିନୀଙ୍କ ଠାରୁ ପରାସ୍ତ ହୋଇଛନ୍ତି । ୱାର୍ଡ଼ ନଂ ୧୯ ବସନ୍ତ କୁମାର ବେହେରା ବିଜେଡ଼ି ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ଭାବେ ବିଜୟୀ ଘୋଷିତ ହୋଇଛନ୍ତି । ୱାର୍ଡ଼ ନଂ ୨୦ ବିଜେଡିର ବବିତା ନାହାକ ୪୪୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ସ୍ୱାଧୀନ ପ୍ରାର୍ଥୀନୀ ବନିତା ନାହାକ ୧୭୯ ଖଣ୍ଡ ଭୋଟ୍ ପାଇ ୨୬୪ ଖଣ୍ଡ ବ୍ୟବଧାନରେ ସ୍ୱାଧୀନ ପ୍ରାର୍ଥୀନୀ ବନିତା ବିଜେଡି ପ୍ରାର୍ଥୀନୀ ବବିତା ନାହାକଙ୍କ ଠାରୁ ୨୬୪ ଖଣ୍ଡ ଭୋଟରେ ପରାଜୟ ହୋଇଛନ୍ତି ।ସେହିପରି ୱାର୍ଡ଼ ନଂ ୨୧ ବିଜେଡି ପ୍ରାର୍ଥୀନୀ ସୁଜାତା କୁମାରୀ ସ୍ୱାଇଁ ୩୫୨ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ମମତା ବାଡ଼ତ୍ୟା ୧୯୩ ଖଣ୍ଡ ଭୋଟ୍ ପାଇଛନ୍ତି । ଏହି ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀନୀ ମମତା ବାଡ଼ତ୍ୟାଙ୍କ ଠାରୁ ୧୫୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେଡିର ସୁଜାତା କୁମାରୀ ସ୍ୱାଇଁ ବିଜୟୀ ଘୋଷିତ ହୋଇଥିବାର ସୂଚନା ହିଞ୍ଜିଳି ପୌର ପରିଷଦ ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରକାଶ ।
ଚଳିତ ପୌର ପରିଷଦ ନିର୍ବାଚନରେ ଅପ୍ରତିଦ୍ବନ୍ଦି ୭ ଜଣଙ୍କୁ ମିଶାଇ ପ୍ରତିଦ୍ବନ୍ଦିତା ପୂର୍ଣ୍ଣ ୧୪ ଟି ୱାର୍ଡ଼ରୁ ୮ ଜଣ କାଉନସିଲର ବିଜୟୀ ଘୋଷିତ ସହ ସମୁଦାୟ ୧୫ଟି ୱାର୍ଡ଼ରେ ବିଜେଡ଼ି ବିଜୟୀ ହୋଇଥିବାବେଳେ ଗୋଟିଏ ୱାର୍ଡ଼ ରେ ଜାତୀୟ କଂଗ୍ରେସ ଏବଂ ଗୋଟିଏ ୱାର୍ଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଛି । ଅନ୍ୟ ଚାରୋଟି ୱାର୍ଡ଼ ସ୍ୱାଧୀନପ୍ରାର୍ଥୀ କୁ ଯାଇଥିବା ସୂଚନା ମିଳିଛି। ମୋଟାମୋଟି ଭାବେ ୨୧ ଗୋଟି ୱାର୍ଡ଼ରୁ ୧୫ ଗୋଟି ବିଜେଡ଼ି , ଗୋଟିଏ ବିଜେପି ,ଗୋଟିଏ ,ଜାତୀୟ କଂଗ୍ରେସ ଏବଂ ୪ ଗୋଟି ସ୍ୱାଧୀନକୁ ଯାଇଥିବା ନିର୍ବାଚନ ସାରଣୀରୁ ପ୍ରକାଶ।

nis-ad
Leave A Reply

Your email address will not be published.