ସାବୁଲିଆରେ ‘ମୋ ସ୍କୁଲ ଅଭିଯାନ’ ଓ ପୁରାତନ ଛାତ୍ର ସମାବେଶ

ଖଲ୍ଲିକୋଟ ( ୨୫ /୩) : ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକର ସାବୁଲିଆସ୍ଥିତ ସ୍ଟୁଡେଣ୍ଟସ ହାଇସ୍କୁଲ ପରିସର ରେ ୫ଟି ଅଧିନସ୍ଥ ମୋ ସ୍କୁଲ ଅଭିଯାନ ଓ ପୁରାତନ ଛାତ୍ରଙ୍କର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଅତିରକ୍ତ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଓଡିଶା ମୋ ସ୍କୁଲ ଅଭିଯାନ ମୁଖ୍ୟ ଅମରଜିତ ଜେନା ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀମତୀ ଶୁଭ ପାଳିତ ଜୋନାଲ ପ୍ରକଳ୍ପ ର ମନିଟରିଂ ଅଧିକାରୀ ଦେବାଶିଷ ପ୍ରଧାନ ଗଂଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଜେଶ ପ୍ରଧାନ ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀମତୀ ବିଛିତରା ମଞ୍ଜରୀ ମିଶ୍ର ପ୍ରମୁଖ ଯୋଗ ଦେଇ ମୋ ସ୍କୁଲ ଅଭିଯାନ ର ସଫଳ ରୂପାୟନ କ୍ଷେତ୍ର ରେ ପୁରାତନ ଛାତ୍ର ମାନଙ୍କ ଦିଗ୍ଦର୍ଶନ ଓ ସହଯୋଗ ଗୁରୁତ୍ୱ ପୁର୍ଣ ଭୂମିକା ରହିଛି l କେବଳ ଆର୍ଥିକ ସହାୟତ ନୁହଁ ଶୈଖିକ ବିକାଶ ର ଆବଶ୍ୟକତା ରହିଛି l ବିଦ୍ୟାଳୟ ର ସାମଗ୍ରିକ ଓ ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ଓ ମାନସିକ ସମୃଦ୍ଧି ପାଇଁ ଉଭୟ ଶିକ୍ଷକ ,ପୁରାତନ ଛାତ୍ର ଓ ସରକାରୀ ସହାୟତାର ସଙ୍ଗମ ଘଟିଲେ ଶିକ୍ଷୟତାନ ର ଉନ୍ନତି ପରିଲକ୍ଷିତ ହେବ ବୋଲି ଓଡିଶା ମୋ ସ୍କୁଲ ଅଭିଯାନର କର୍ମକର୍ତା ମାନେ ମତ ପ୍ରକାଶ କରିଥିବା ବେଳେ ଗୁଣାତ୍ମକ ଶିକ୍ଷା ପ୍ରତି ସରକାର ଅଧିକ ଫୋକ୍ସ ଦେବା ପାଇଁ ଉପସ୍ଥିତ ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ପରାମର୍ଶ ଦେବା ବେଳେ ଖୁବ ଶୀଘ୍ର ଗଂଜାମ ରୁ ବାହାରୁ ୭୪ ଜଣ ପ୍ରଧାନ ଶିକ୍ଷକ ଙ୍କୁ ପଦୋନ୍ନତି ପ୍ରକ୍ରିୟା ପରେ ନିଯୁକ୍ତି ଦେବା ସହ ବିଦ୍ୟାଳୟ ମାନଙ୍କ ରେ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ l ଷ୍ଟୁଡ଼େଣ୍ଟ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ଦାସ ଏହାକୁ ପରିଚାଳନା କରିଥିଲେ l ଉକ୍ତ ସମାବେଶ ରେ ଶିକ୍ଷକ ଅଭିଭାବକ ଓ ପୁରାତନ ଛାତ୍ର ମାନେ ଯୋଗ ଦେଇ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ l

nis-ad
Leave A Reply

Your email address will not be published.