୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡା ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଆଠ ବର୍ଷର ଶିଶୁ କନ୍ୟାକୁ ଗଳାକାଟି ହତ୍ୟା କରିଛି ଯୁବକ । ଉକ୍ତ ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା ।

ଏହି ସମୟରେ ଉକ୍ତ ଗଁର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନାର ଗଳାକୁ କାଟି ହତ୍ୟା କରିଥିଲା । ଶିଶୁକନ୍ୟାର କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପ ନିକଟରେ ପକାଇ ଥିଲା । ପରେ ଗାଁ ଲୋକେ ଯୁବକକୁ କାବୁ କରି ପୋଲିସ ଜମିା ଦେଇଥିଲେ । ହେଲେ ହତ୍ୟାର କାରଣ ଏଯାଏଁ ଜଣାପଡିନାହିଁ । ସେପଟେ ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.