ଆସନ୍ତା ୨୬ ତାରିଖରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ନିର୍ବାଚନ

କଟକ: ଆସନ୍ତା ୨୬ ତାରିଖ ଶନିବାର ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଚାଲିବ । ପରେ ସେହିଦିନ ଭୋଟ ଗଣତି ଆରମ୍ଭ ହେବ । କେବଳ ସେତିକି ନୁହେଁ, ଏଥର ଭୋଟ୍‌ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ସିଧାପ୍ରସାରଣ କରାଯିବ ବୋଲି ବାର୍‌ ଆସୋସିଏସନ୍‌ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଜେନା ସୂଚନା ଦେଇଛନ୍ତି ।

ଏଥର ହାଇକୋର୍ଟ ବାର୍‌ ଆସୋସିଏସନ୍‌ ବିଭିନ୍ନ ପଦପଦବି ପାଇଁ ମୋଟ୍‌ ୩୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲାବେଳେ ଏଥିରେ ୪ ହଜାର ୩୯୮ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଶ୍ରୀ ଜେନା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଚଳିତବର୍ଷ ଜଣେ ଶତାୟୁ ଭୋଟର ପ୍ରଥମେ ମତଦାନ କରିବାର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ବାର୍‌ ନିର୍ବାଚନ ପରିଚାଳନା ଲଗି ୮୦ ଜଣ ସହକାରୀ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ଡ୍ୟୁଟି ସମ୍ପାଦନ ଲାଗି ୩୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହେବାପରେ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ । ଏହି ଭୋଟ୍‌ଗଣତି ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋଟ୍‌ ଗ୍ରହଣ ଏବଂ ଭୋଟ୍‌ ଗଣତିର ସମସ୍ତ ପ୍ରକ୍ରିୟା ସମସ୍ତଙ୍କ ଦେଖିବା ଲାଗି ବାର୍‌ ଆସୋସିଏସନ୍‌ ବାହାରେ ବଡ଼ ପରଦା ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

nis-ad
Leave A Reply

Your email address will not be published.