ଭୋଟ ଦେଲେନି ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନର ଭାର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାନ୍ଧରେ ରହିଛି । ସେ ହିଁ ମେୟରଙ୍କ ଠାରୁ ନେଇ କର୍ପୋରେଟର ପ୍ରାର୍ଥୀ ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଆଜି ସେ ନିଜ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି । ଯାହାକୁ ନେଇ ରାଜଧାନୀରେ ଜୋରଦାର ଚର୍ଚ୍ଚା ହେଉଛି । ଅନେକ ଏସମ୍ପର୍କରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା କରୁଥିଲେ ମଧ୍ୟ ବାସ୍ତବତା ତାହା ନୁହେଁ ।

ଆଜି ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବାର ଅଛି । ତେଣୁ ସଂସଦରେ ସବୁ ସାଂସଦ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ହ୍ୱିପ ଜାରି କରାଯାଇଥିଲା । ତେଣୁ ଅପରାଜିତା ତୁରନ୍ତ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବାକୁ ବାଧ୍ୟ ହୋଇଥିଲେ । ରାଜଧାନୀର ଆଜି କେତେକ ସ୍ଥାନରେ ବିଜେଡ଼ି ଓ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ବୁଥ ନିକଟରେ କଥା କଟାକଟି ଓ ନାରାବାଜି ବି ପଡ଼ିଥିଲା ।

nis-ad
Leave A Reply

Your email address will not be published.