ବ୍ଲକ ଉପାଧକ୍ଷା ପଦ ହାତେଇଲା ବିଜେଡ଼ି

ଦାରିଙ୍ଗବାଡ଼ି (୨୩/୦୩) : ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷ ପଦ ବିଜେଡ଼ି ହାତେଇଥିବା ବେଳେ ପୁଣି ଉପାଧ୍ୟକ୍ଷ ନିର୍ବାଚନରେ ଉପଧକ୍ଷା ପଦ ମଧ୍ୟ ହାତେଇଛି ବିଜେଡ଼ି । ସିଆଙ୍ଗବାଲି ସମିତିସଭ୍ୟା ସସ୍ମିତା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ୨୫ ସମିତି ସଦସ୍ୟଙ୍କ ମଧ୍ୟରୁ ୧୯ଟି ଭୋଟ୍‌ ପାଇ ସସ୍ମିତା ବିଜୟ ହାସଲ କରିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ୱୀ ବୀନିତା ପ୍ରଧାନ ମାତ୍ର ୬ ଖଣ୍ଡ ଭୋଟ୍‌ ପାଇ ପରାଜିତ ହୋଇଛନ୍ତି। ପରାଜିତ ହୋଇଥିବା ବୀନିତା ଦନେକବାଡ଼ି ପଞ୍ଚାୟତର ସମତିସଭ୍ୟା ହୋଇଥିବା ବେଳେ ସେ କଂଗ୍ରେସ ସମର୍ଥନରେ ଏହି ନିର୍ବାଚନ ଲଢୁଥିଲେ। ରାଇକିଆ ବିଡ଼ିଓ ସ୍ମରଣୀକା ତୁଲ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ । ବ୍ଲକ ଅଧ୍ୟକ୍ଷ ଭାବେ ପୂର୍ବରୁ ବିଧାୟକ ସାଲୁଗା ପ୍ରଧାନଙ୍କ ସାନ ଭାଇ ସୁଶାନ୍ତ ପ୍ରଧାନ ବିଜୟୀ ହୋଇଥିଲେ ।

nis-ad
Leave A Reply

Your email address will not be published.