ଭାରତ ବିରୁଦ୍ଧରେ କଡ଼ା ମନ୍ତବ୍ୟ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ବନ୍ଧୁ ନାଁରେ ଅପବାଦ ଭାରତ । କ୍ୱାଡ ଦେଶ ମଧ୍ୟରେ ସବୁଠୁ ଦୁର୍ବଳ ଭାରତ । ଭାରତ ବିରୁଦ୍ଧରେ ଏମିତି କଡ଼ା ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୋମବାର ୱାଶିଂଟନରେ ଦେଶର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ସମୟରେ ଭାରତକୁ ନେଇ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ବାଇଡେନ। ବାଇଡେନଙ୍କ ଏଭଳି ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ସେ ଭାରତ ଉପରେ ବହୁତ ଖପ୍ପା ହୋଇଛନ୍ତି । କିନ୍ତୁ କାହିଁକି? ଭାତର ଏମିତି କ’ଣ କଲା ଯେ ବାଇଡେନ ଭାରତକୁ ଅପବାଦ ବୋଲି କହିଲେ? ବାସ୍ତବରେ ୨୮ ଦିନ ହେଲା ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ପ୍ରତି ବାଇଡେନ କ୍ଷୁବ୍ଧ ହୋଇଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ଉପରେ କଟକଣା ଲଗାଇବା କିମ୍ବା ପୁଟିନଙ୍କୁ ସମାଲୋଚନା କରିବା ରେ ଭାରତ ପଛଘୁଞ୍ଚା ଦେଉଛି।
ଆମେରିକା ବ୍ୟବସାୟିକ ପ୍ରତିନୀଧି ବୈଠକରେ ବାଇଡେନ କହିଛନ୍ତି କ୍ୱାଡ ସହଯୋଗୀଙ୍କ ମଧ୍ଯରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ନହେଁ । କିନ୍ତୁ ଜାପାନ ଓ ଅଷ୍ଟ୍ରେଲିଆ ଏ ମାମଲାରେ ଭାତର ତୁଳନାରେ ବହୁତ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ପୁଟିନଙ୍କ ସମାଲୋଚନା କରିବା ସହ ଋଷ ଉପରେ କଟକଣା ବି ଲଗେଇଛନ୍ତି। ଯେଉଁଠି କି ଭାରତ ଋଷ ନିକଟରୁ ସାମରିକ ଉପକରଣ ଓ ତେଲ କିଣୁଛି। ବାଇଡେନ ଆହୁରି କହିଛନ୍ତି ଯେ NATO ଏହା ପୂର୍ବରୁ କେବେ ବି ଏତେ ଶକ୍ତିଶାଳୀ ଓ ଏକଜୁଟ୍ ନଥିଲା ଯେମିତି ଆଜି ଅଛି । NATO ହେଉ କି ପ୍ୟାସିଫିକ୍ ସବୁ କ୍ଷେତ୍ରରେ ଆମକୁ ଏକାଠି ହେବାକ ପଡ଼ିବ ବୋଲି କହିଛନ୍ତି ବାଇଡେନ୍।
ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ଭ୍ଲାଦିମିର ପୁଟିନ ଆଶା କରିନଥିବେ ଯେ ୟୁକ୍ରେନ ଉପରେ ଆକ୍ରମଣର ବିଶ୍ୱ ପ୍ରତିକ୍ରିୟାରେ ନାଟୋ ଏବଂ ପାଶ୍ଚାତ୍ୟ ସହଯୋଗୀମାନେ ଏକାଠି ହେବେ। ରୁଷ ଯାହା କରିଛି ସେଥିପାଇଁ ତାଙ୍କୁ ନିଶ୍ଚିତ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ବାଇଡେନ ସିଧା ସଳଖ ଋଷକୁ ଧମକ ଦେଇ କହିଛନ୍ତି ଯେ ଯଦି ୟୁକ୍ରେନରେ ଋଷ କୌଣସି ପ୍ରକାରର ଗଣବିଧ୍ୱଂସୀ ଅସ୍ତ୍ର ପ୍ରୟୋଗ କରିବ ତେବେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଉ ଚୁପ ରହିବେନି । ଆମର ଧର୍ଯ୍ୟର ପରୀକ୍ଷା ନିଅନ୍ତୁନାହିଁ ପୁଟିନ। କ୍ୱାଡର ଭାରତ ହେଉଛି ଏକମାତ୍ର ସଦସ୍ୟ ଯିଏ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ନିନ୍ଦା କରିନାହିଁ। ଭାରତ ବ୍ୟତୀତ କ୍ୱାଡର ସମସ୍ତ ସଦସ୍ୟ ଦେଶ ଋଷ ଉପରେ କିଛି ନା କିଛି ବାସନ୍ଦ ଓ କଟକଣା ଲଗାଇଛନ୍ତି। କେବଳ ଏତିକି ନୁହେଁ, ୟୁକ୍ରେନ ସଙ୍କଟ ଉପରେ ମିଳିତ ଜାତିସଂଘରେ ଗୁରୁତ୍ୱପୂର୍ଣ୍ଣ ଭୋଟିଂରେ ମଧ୍ୟ ଭାରତ ଅଂଶଗ୍ରହଣ କରିନାହିଁ। ଭାରତ କେହଳ ହିଂସାକୁ ତୁରନ୍ତ ବନ୍ଦ କରିବାକୁ ଏବଂ ଆଲୋଚନାକୁ ଫେରିବାକୁ ଆହ୍ୱାନ ଦେଇଛି।
ଋଷକୁ ଉଚିତ ଶିକ୍ଷା ଦେବା ପାଇଁ ଆମେରିକା ସମେତ ଅନେକ ଦେଶ ଏହା ଉପରେ କିଛି ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକା ଚାହୁଁଛି ଯେ ସମସ୍ତ ଦେଶ ସେହି ପ୍ରତିବନ୍ଧକକୁ ସମର୍ଥନ କରନ୍ତୁ। ବାଇଡେନ ଏହା ମଧ୍ୟ ଚାହୁଁଛନ୍ତି ଯେ ଏହି ପ୍ରସଙ୍ଗରେ ଭାରତ ଖୋଲାଖୋଲି ଭାବେ ରୁଷକୁ ସମାଲୋଚନା କରୁ। ଭାରତ କିନ୍ତୁ ନଜର ରଣନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି କରିବାକୁ ଆଗ୍ରହ ଦେଖାଉ ନାହିଁ। ଯାହାକି ବାଇଡେନ ଗ୍ରହଣ କରିପାରୁ ନାହାଁନ୍ତି।

nis-ad
Leave A Reply

Your email address will not be published.