ବିଷ ଦେଇପାରନ୍ତି ଭାବି ୧ହଜାର କର୍ମଚାରୀଙ୍କୁ ବଦଳି କଲେ ପୁତିନ

ମସ୍କୋ: ପୁତିନଙ୍କୁ ମୃତ୍ୟୁ ଭୟ । କୁହାଯାଏ କର୍ମ ନେଇ ଫଳ । ଯିଏ ଯେମିତି କର୍ମ କରିଥିବ ତାକୁ ସେମିତି ହିଁ ଫଳ ମିଳିବ । ୟୁକ୍ରେନ ଉପରେ ଆକ୍ରମଣ କରି ନଜକୁ ଦୁନିଆ ଆଖିରେ ଜଣେ କ୍ରୁର ଶାସକର ପ୍ରମାଣ ଦେଇଥିବା ପୁତିନଙ୍କୁ ଏବେ ମାଡ଼ି ବସିଛି ମୃତ୍ୟୁର ଭୟ । ହଜାର ହଜାର ଲୋକଙ୍କୁ ହତ୍ୟା ପାଇଁ ତାଙ୍କୁ କାଳେ କିଏ ବିଷ ଦେଇ ହତ୍ୟା କରିଦେବ ବୋଲି ଭାବି ଏକ ହଜାର କର୍ମଚାରୀକୁ ବଦଳି କରିଦେଇଛନ୍ତି ପୁତିନ ।
ସୂଚନା ଅନୁସାରେ, ଫେବ୍ରୁଆରି ମାସରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ତାଙ୍କର ସମସ୍ତ ବ୍ୟକ୍ତିଗତ କର୍ମଚାରୀଙ୍କୁ ବଦଳି କରିଦେଇଛନ୍ତି । ତେବେ ଏହି ନିଷ୍ପତ୍ତି ସେ ୟୁକ୍ରେନ୍‌ରେ ‘ବିଶେଷ ସେନା ଅଭିଯାନ’ ଆରମ୍ଭ ପୂର୍ବରୁ କିମ୍ବା ପରେ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବଦଳି ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି, ରାନ୍ଧୁଣିଆ, ଧୋବା, ଅଙ୍ଗରକ୍ଷୀ ଭଳି କର୍ମଚାରୀମାନେ। ‘ଡେଲି ମେଲ୍‌’ ରିପୋର୍ଟ କରିଛି ଯେ, ୟୁକ୍ରେନୀୟ ଗୁଇନ୍ଦା କହିବା ଅନୁସାରେ, ପୁଟିନ୍‌ଙ୍କୁ ବିଷ ଦେଇ ଏହାକୁ ଗୋଟାଏ ଦୁର୍ଘଟଣା ଭାବେ ଅଭିହିତ କରିବା ଲାଗି ମସ୍କୋର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ଉଦ୍ୟମ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ହେବନାହିଁ ।
ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ନିଜ ଦେଶକୁ ଅକଳରେ ପକାଇଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଉଛି ଋଷିଆ । ପାଶ୍ଚାତ୍ୟ ଦେଶରେ ବ୍ୟବସାୟିକ ପ୍ରତିବନ୍ଧକ ଭିତରେ ଋଷର ଶିଳ୍ପପତି ଶକ୍ତ କ୍ଷତି ସହିବାକୁ ଯାଉଛନ୍ତି । ଫଳରେ ବ୍ୟବସାୟିକ ଭବିଷ୍ୟତ ଏବେ ଅନିଶ୍ଚିତତାରେ ଗତି କରୁଛି । ଏସବୁ ପଛରେ କେବଳ ପୁତିନ ଦାୟୀ ବୋଲି ସେମାନେ ବିବେଚିତ କରୁଛନ୍ତି । ଆଉ ଯେଉଁଥିପାଇଁ ପୁତିନଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇବାର ମାଷ୍ଟର ଷଡ଼ଯନ୍ତ୍ର ରଚିଛନ୍ତି ।
ଫେଡେରାଲ ସିକ୍ୟୁରିଟ ସର୍ଭିସ FSS ମୁଖ୍ୟ ଆଲେକଜାଣ୍ଡର ବର୍ଟିନକୋଭଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଛନ୍ତି ଋଷର ଶିଳ୍ପପତି । କର ବା ମର ପଦ୍ଧତି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଆପଣାଇବା ପାଇଁ ଯାଉଛି । ଅର୍ଥାତ ଯେକୌଣସି ଉପାୟରେ ମଧ୍ୟ ଭ୍ଲାଦିମିର ପୁତିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚାହୁଁଛନ୍ତି ଏମାନେ । ତେଣୁ ଖାଦ୍ୟରେ ବିଷ ଦେଇ ହେଉ ଅବା ଏକ ଆକସ୍ମିକ ଦୁର୍ଘଟଣା ଦ୍ୱାରା ପୁତିନହ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଆଉ ଯଦି ଏହି ଷଡ଼ଯନ୍ତ୍ର ସଫଳ ହୁଏମ, ତେବେ ଏହା ଫଛରେଲ ରହିବ ବର୍ଟିନକୋଭଙ୍କ ବଡ଼ ହାତ । ପୂର୍ବରୁ ଋଷ ସରକାରରେ ପୁତିନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ ଆଲେକଜାଣ୍ଡର ବର୍ଟିନକୋଭ । ପୁତିନଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି ବର୍ଟିନକୋଭ । କିନ୍ତୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ବିଫଳ ହେବାପରେ ପୁତିନଙ୍କ ବିଶ୍ୱାସ ହରାଇଛନ୍ତି ବର୍ଟିନକୋଭ । କିନ୍ତୁ ଋଷରେ ନିଜର ପ୍ରଭାବ ବଜାୟ ରଖିଛନ୍ତି ଆଲେକଜାଣ୍ଡର ବର୍ଟିନକୋଭ ।
ଏମିତିକି ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସେନା, ଗୁଇନ୍ଦା ସଂସ୍ଥା ଏବଂ ରାଜନୀତିରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି । ପଡୋଶୀ ୟୁକ୍ରେନ ଉପରେ ମାସାଧିକ ସମୟ ଋଷ ଆକ୍ରମଣ କରିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । ଅର୍ଥାତ କେଉଁଠି ନା କେଉଁଠି ପୁତିନଙ୍କ ପ୍ଲାନ ବିଫଳ ହୋଇଛି । କାରଣ ଏକ ଛୋଟିଆ ଦେଶକୁ ନିଜ ଅକ୍ତିଆର ନେବାକୁ ଖୁବ କମ ସମୟ ଲାଗିବା ନେଇ ଭାବିନେଇଥିଲେ ପୁତିନ । ଏହାରି ଭିତରେ ଯୁଦ୍ଧକୁ ମାସେ ବିତିବାକୁ ବସିଥିବାବେଳେ ୟୁକ୍ରେନ ରେ ମୃତ୍ୟୁ ବରଣ କଲେଣି ଋଷିଆର ୧୦ ହଜାରରୁ ଅଧିକ ସେନା । ଅନ୍ତରାଷ୍ଟ୍ରୀୟ ସ୍ତରର କଟକଣା ଭିତରେ ସାମରିକ ଖର୍ଚ୍ଚ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ଋଷ ପାଇଁ ।
ସେପଟେ ଋଷର ଅର୍ଥନୀତିଜ୍ଞ ଅନୁମାନ କରିଛନ୍ତି କି ୧୫ ପ୍ରତିଶତରୁ ଅଧିକ କ୍ଷତି ସହିବାକୁ ଯାଉଛି ଋଷିଆ । ୧୯୯୮ ରେ ଋଷର ଷ୍ଟକ ବଜାର ଯେଉଁଭଳି ଭୁଷୁଡିଥିଲା ତାହା ଥିଲା ଋଷ ଇତିହାସର ସବୁଠାରୁ ବଡ଼ କ୍ଷତି । କିନ୍ତୁ ଏହି କ୍ଷତି ୯୮ ମସିହା ଠାରୁ ବଳିଯିବା ନେଇ କହିଛନ୍ତି ଅର୍ଥନୀତିଜ୍ଞ । ବିଶେଷକରି ଯଦି ଦେଖିବା ଋଷ ଅର୍ଥନିତି କହିଲେ ତୈଳ ଓ ଗ୍ୟାସକୁ ବୁଝାଏ । ୟୁକ୍ରେନକୁ ସମର୍ଥନ କରି ଋଷ ବିରୋଧରେ ୟୁରୋପୀୟ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ବ୍ରିଟେନ ଓ ଆମେରିକା ଋଷ ମାର୍କେଟରୁ ତେଲ ନକିଣିବା ନେଇ ଘୋଷଣା କରିଛନ୍ତି । ଯଦି ୟୁରୋପୀୟ ରାଷ୍ଟ୍ର ଋଷ ସହ ଏହି କଟକଣା ଜାରି ରଖନ୍ତି, ତେବେ ଋଷ ଆର୍ଥିକ ଅବ୍ୟବସ୍ଥା ୧୦୦ ବର୍ଷ ପଛକୁ ନେଇଯିବ ବୋଲି ଅନୁମାନ କରିଛନ୍ତି ଫାଇନେସିଆଲ ଏକ୍ସପର୍ଟ । ତେବେ ସବୁଦିନ ପାଇଁ ରାସ୍ତାରୁ କଣ୍ଟା ହଟାଇବାକୁ ଚାହୁଁଛନ୍ତି ଋଷର ବ୍ୟବସାୟୀ ଓ ଶିଳ୍ପପତି । ଖୋଦ ନିଜ ଦେଶରେ ହିଁ ସୃଷ୍ଟି ହୋଇଛନ୍ତି ବିଭୀଷଣ । ମାନେ ପୁତିନଙ୍କୁ ହତ୍ୟା ପାଇଁ ଋଷିଆରେ ହେଉଛି ଷଡ଼ଯନ୍ତ୍ର ।

nis-ad
Leave A Reply

Your email address will not be published.