ମାନସ ହତ୍ୟା ମାମଲା: ୫ ଜଣ ଗିରଫ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ମାନସ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ଏବେ ସାମ୍ନାକୁ ଆସୁଛି । ତେବେ ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କୁଆଡେ ଗଲେ । ଏପର୍ଯ୍ୟନ୍ତ ଶର୍ମିଷ୍ଠା ଫେରାର ଥିବା ପୋଲିସ ସୂଚନା ଦେଇଛି । କେଉଁଠି ଅଛନ୍ତି ତାହାର ତଦନ୍ତ କରୁଥିବା ପୋଲିସ ପ୍ରେସମିଟ୍‌ରେ କହିଛନ୍ତି ।

ଶର୍ମିଷ୍ଠାଙ୍କ ପତ୍ତା ନମିଳିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଶର୍ମିଷ୍ଠାଙ୍କ ପଛରେ କାହାର କେଉଁ ପ୍ରଭାବଶାଳୀଙ୍କ ହାତ ନାହିଁ ତ ? ଏମିତି କଣ ଥିଲା ସେ ମେମୋରୀ ଚିପରେ । ଅଶ୍ଳୀଳ ଭିଡିଓ ଥିବା ଚର୍ଚ୍ଚାରେ କେତେ ରହିଛି ସତ୍ୟତା ।

ଅନ୍ୟପଟେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ଝୁନା ଭୋଇ ମଧ୍ୟ ନିଖୋଜ ଅଛନ୍ତି । ଏନେଇ ଝୁନାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିସାରିଛି ପୋଲିସ ।

ଉାର୍ଚ୍ଚ ୧୨ ତାରିଖରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଝି ଆଉ ଦୁଇ ଜଣଙ୍କୁ ଭକ୍ରକ ଚାନ୍ଦବାଲି ପୋଲିସ ଗିରଫ କରିଛି । ଗିରଫ ମଧ୍ୟରେ ଅବସରପ୍ରାପ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ, ଭୁବନେଶ୍ୱର ରାଜ କମ୍ୟୁନିକେସନର ମୁଖ୍ୟ ରଞ୍ଜନ ନାୟକ ରହିଛନ୍ତି ।

nis-ad
Leave A Reply

Your email address will not be published.