ପାରାଦୀପରେ ଲାଗିଲା ବିଶ୍ୱର ସବୁଠୁ ବଡ଼ ପଣ୍ୟବାହୀ ଜାହାଜ

ପାରାଦୀପ: ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଲାଗିଲା ସର୍ବାଧିକ ମେଟ୍ରିକ ଟନର ପଣ୍ୟ ନେଇ ଆସିଥିବା ଜାହାଜ ଲିଲା ଲିସବନ୍ । ପାରାଦୀପ ବନ୍ଦରର ସିକ୍ୟୁ -୧ ବର୍ଥରେ ଲାଗିଲା ସର୍ବାଧିକ ପଣ୍ୟ ପରିବହନ କ୍ଷମତା ରଖିଥିବା ଜାହାଜ ଏମଭି ଲିଲା ଲିସବନ। ଯାହାକୁ ନେଇ ପାରାଦୀପ ବନ୍ଦରର ଷ୍ଟିବେଡୋର ସଂସ୍ଥା ସ୍ୱସ୍ତିକ ଷ୍ଟିବେଡୋରର କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଓମାନର ସଲାଲା ବନ୍ଦରରୁ ୧ ଲକ୍ଷ ୩୪ ହଜାର ୩୭୫ ମେଟ୍ରିକ ଟନ ଜିପିସମ ଲୋଡ଼ କରି ପାରାଦୀପରେ ପହଞ୍ଚିଛି ଏ ଜାହାଜ । ତେବେ ଏହି ପଣ୍ୟବାହୀ ଜାହାଜଟି ବନ୍ଦର ବର୍ଥରେ ଲାଗିବା ପରେ ପାରାଦୀପ ବନ୍ଦରର ଷ୍ଟେଭିଡୋର ସଂସ୍ଥା ସ୍ୱସ୍ତିକ ଷ୍ଟେଭିଡୋର ପକ୍ଷରୁ ଖଲାସି କାର୍ଯ୍ୟ ଆରମ୍ଭ ହୋଇଛି l ଏହା ପାଖାପାଖି ୫ ଦିନ ମଧ୍ୟରେ ସମସ୍ତ ଜିପିସମ ଖଲାସୀ କରାଯିବା ନେଇ ସ୍ୱସ୍ତିକ ଷ୍ଟେବିଡୋର ସଂସ୍ଥାର ପରିଚାଳକ ସତ୍ୟପ୍ରିୟ ମିଶ୍ର କହିଛନ୍ତି ।

nis-ad
Leave A Reply

Your email address will not be published.