ବାଙ୍କୀରେ ରାଜନୈତିକ ହିଂସା, ଘରେ ପଶିଲେ ଗାଡି ଭାଙ୍ଗିଲେ

ବାଙ୍କୀ: ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଚଢ଼େଇବନ୍ଧ ଗାଁରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖିବାକୁ ମିଳିଛି। ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଦୋକାନ ଘର ନିଆଁ ଲଗାଇ ପୋଡି ଦେବା ସହ ବାଇକ ଭଙ୍ଗାରୁଜା କରାଯାଇଛି। ଏହି ଗୋଷ୍ଠୀ ସଂର୍ଘଷ ବେଳେ ୧୫ରୁ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି।

ଗତକାଲି ହୋଲି ଖେଳକୁ ନେଇ ଶୋଭାଯାତ୍ରା ଚାଲିଥିବା ସମୟରେ ପଞ୍ଚାୟତରେ ପରାଜିତ ହୋଇଥିବା ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ।ଫଳରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା।ଏଥିରେ ଉଭୟ ଗୋଷ୍ଠୀର ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଘରପୋଡି ସହ ୮ ରୁ ଉର୍ଦ୍ଧ୍ବ ଗାଡି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ବାଙ୍କୀ ଓ ବୈଦେଶ୍ୱର ପୋଲିସ ମିଳିତ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଆଇନଶୃଙ୍ଗଳା ଆଖି ଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।

nis-ad
Leave A Reply

Your email address will not be published.