ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ, କହିଲେ ‘ପଖାଳ’ ମୋର ପସନ୍ଦ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ପଖାଳ ଦିବସ ପାଳିତ ହୋଇଛି। ଓଡ଼ିଶାର ପାରମ୍ପରିକ ଖାଦ୍ୟ ଭାବେ ବେଶ ଲୋକପ୍ରିୟ ପଖାଳ ଖାଇବାକୁ ନେଇ ୨୦୧୫ରୁ ପାଳିତ ହେଉଛି ‘ପଖାଳ ଦିବସ’। ରାଜ୍ୟର ପୁରପଲ୍ଲୀରେ ପାଖାପାଖି ସମସ୍ତଙ୍କ ଘରେ ପଖାଳ ଖାଇବାକୁ ନେଇ ବିଶେଷ ଆକର୍ଷଣ ରହିଛି। ତେବେ ଆଜିର ଏହି ଦିବସରେ ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇଛନ୍ତି। ସେ ପଖାଳ ଖାଉଥିବାର ଭିଡିଓ ମଧ୍ୟ ଟ୍ୱିଟ କରିଛନ୍ତି। ପଖାଳ ଖାଇବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଖାଳ ମୋର ପସନ୍ଦ। ନବୀନ ଆଜି ସମସ୍ତ ଖାଦ୍ୟ କଂସା ପାତ୍ରରେ ଖାଉଥିବା ଦେଖାଯାଇଛି।

ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଖାଳ ଭାତ ସହ ୬ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପରଷା ଯାଇଛି। ସେଥିରେ ରହିଛି ଛୋଟ ମାଛ ଭଜା, ସଜନା ଛୁଇଁ ଭଜା, ଆଳୁ କଦଳୀ ଭଜା, ଶାଗ ଭଜା, କଲରା ଚିପ୍ସ ଓ ଅନ୍ୟ ଏକ ବ୍ୟଞ୍ଜନ। ଏଥି ସହିତ ଲେମ୍ବୁ ଓ ଲଙ୍କା ମଧ୍ୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋଟିଏ ମାଛ ଭଜା ଓ କଦଳୀ ଭଜା ଖାଉଥିବା ଦେଖାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ଆତ୍ମସନ୍ତୋଷ ଅନୁଭବ କରୁଥିବା ଦେଖାଯାଇଛି।

nis-ad
Leave A Reply

Your email address will not be published.