ପୂର୍ବ ବିବାଦକୁ ନେଇ ଗାଁରେ ଫୁଟିଲା ବୋମା, ଗିରଫ ଭୟରେ ଗାଁ ଲୋକ ଶୂନ୍ୟ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ । ପୂର୍ବ ବିବାଦକୁ କେନ୍ଦ୍ର କରି ଘନ ଘନ ବୋମାମାଡ଼ ସହ ୧୦ ରାଉଣ୍ଡ ଗୁଳି ମାଡ଼ ହୋଇଛି । ଏଥିରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଗିରଫ ଭୟରେ ଗାଁ ପୁରା ପୁରୁଷ ଓ ମହିଳା ଶୂନ୍ୟ । ବ୍ରହ୍ମଗିରି ଆଇଆଇସିଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ଗତ ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ କଥାକୁ ନେଇ ଗାଁରେ ବିବାଦ ହୋଇଥିଲା । ଯାହାଫଳରେ ୧୦ ତାରିଖରେ ଗାଁରେ ଉତ୍ତେଜନା ଘଟି ବୋମା ମାଡ଼ ସହ ଟେକା ପଥର ମାଡ଼ ହୋଇ ୬ଜଣ ଗୁରୁତର ହୋଇଥିଲେ । ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହାପରେ ଫେବୃଆରୀ ୨୧ରେ କୋର୍ଟଙ୍କ ସର୍ତ୍ତମୁଳକ ଜାମିନରେ ଆସିଥିଲେ । କିନ୍ତୁ ଜେଲ୍‌ରୁ ଆସିବା ପରେ ୨୪ ତାରିଖରେ ସେହି ଘଟଣାକୁ ପୁନରାବୃତ୍ତି କରିଥିଲେ । ଅପରାହ୍ନ ସମୟରେ ଘନ ଘନ ବୋମା ମାଡ ଘଟିଥିଲା । ପୋଲିସ ଗାଁରେ ଚଢ଼ାଉ କରି ୧୯ ଜଣଙ୍କୁ ଗିରଫ କରି ୨୫ତାରିଖରେ କୋର୍ଟ ଚାଲାଣ କରିଥିଲା ।

ତେବେ ଶନିବାର ପୁଣି ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଘନ ଘନ ବୋମା ମାଡ଼ ସହ ୧୦ଜଣ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଜବତ କରିଛି ପୋଲିସ । ଏବେ ଯାଏଁ ପୋଲିସ କାହାକୁ ଗିରଫ ବା ଅଟକ କରିନାହିଁ ।।

nis-ad
Leave A Reply

Your email address will not be published.