ଆମ ସାମାଜିକ ପାରିବାରିକ ଜୀବନ ସଂସ୍କୃତିରେ ପଖାଳ ର ସମ୍ପର୍କ ଏକ ଅନୁଚିନ୍ତା…

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ…

     ମନେ ପଡେ ମୋ ବୋଉ ର ପଖାଳ କଂସା।  ମନ୍ଦେ ତୋରାଣି ପଖାଳ ଭାତ ସହିତ ଜୀବନ କାହାଣୀ ରେ ରହୁଥିବା ଆନନ୍ଦ ତାର ସ୍ଵାଦ ର ତୁଳନା କିଏ କଣ କରିବା ସମର୍ଥ ?ଆଦୌ ନୁହିଁ। ଜୀବନ ତ ଦେଇଚି ପଖାଳ। ବୋଉ ର ଡାକ ସହ କ୍ଷୁଧା ନିବାରଣ ପାଇଁ ପଖାଳ କଂସା ପାଖରେ ଜୀବନ ଆଜି କାହିଁ? ସେ ଆନନ୍ଦ ନିଆରା ସେ ସ୍ଵାଦ ନିଆରା।ମୁଁ ଖୋଜୁଥିବା ପଖାଳ କଂସା ଆଜି ସବୁ ଇତିହାସ। ଦିନ ଥିଲା ବିଦ୍ୟାଳୟ ରୁ ଫେରି ଆସିଲେ ପଖାଳ ଭାତ ସହିତ କିଛି ଭଜା ପୋଡ଼ା ବାଇଗଣ କି ପୋଡ଼ା ଆଳୁ ସହିତ କିଛି ଲଙ୍କା ମରିଚ ପିଆଜ ଓ ଲେମ୍ବୁ ରସ ଚିପୁଡ଼ି ମାେ ବୋଉ ପେଟ କୁ ଚାହିଁ ରହି ଥିଲା। ପୁରା ପେଟ ପୁରିଗଲେ ପଡିଆ ରେ  ଖେଳ ପାଇଁ ସାଙ୍ଗ ସା ଥୀ ମେଳ କୁ ଯାଉଥିବା ଜୀବନ ଆଜି ଖୋଯୁଚି ଇତିହାସ କୁ । ହଁ ଆଜି ପଖାଳ ଦିବସ ଦୃଶ୍ୟ ଟିଭି ରେ ଗୋଟିଏ ପଞ୍ଚ ତାରକା ହୋଟେଲ ରେ ସହରୀ ଜୀବନର ଗୋଟିଏ ଆନନ୍ଦ କ୍ଷଣ ର ଉପାଦାନ ପଖାଳ କଂସା। ଯେଉଁ କଂସା ପାଇଁ ଚାଲିଛି ପ୍ରତିଯୋଗୀତା ର ମୂଲଚାଲ। ସେ ଦିନ ର ପଖାଳ କଂସା ର ଆନନ୍ଦ ଦେଇ ପାରିବ ନାହିଁ ଆଜି ପଞ୍ଚ ତାରକା ହୋଟେଲ ର ପଖାଳ ଦିବସ ଆସର। ସ୍ନେହ ଓ ପ୍ରୀତି ଭରା ପଖାଳ ଭାତ ସହିତ ଆମ ଜୀବନ ଯୋଡ଼ି ହୋଇ ଆସିଚି। ଏହି ପଖାଳ ଦେଇଚି ଅଖଣ୍ଡ ଶକ୍ତି ଓ ସାମର୍ଥ୍ୟ। ଓଡ଼ିଆ ଖାଦ୍ୟ ସଂସ୍କୃତି ର ପରିଚିତ ସ୍ଵର ପଖାଳ। ନୂଆ ବୋହୂ ଆସିଲେ ପଖାଳ ଗଣ୍ଡେ ପଡୋଶୀ ର ଖାଇବା ପାଇଁ ଆସୁଥିଲା ନିମନ୍ତ୍ରଣ। ଝିଅ ଶାଶୁ ଘର କୁ  ସମ୍ମାନ ସହ  ଯିବା ପୂର୍ବ ରୁ ଗାଁ ଗାଁ ରେ ତୋରାଣି ପିଇବାକୁ ଡାକରା ଆସୁଥିବା ପରମ୍ପରା ବିଲୟ ପ୍ରାୟ। ପଖାଳ ଆମ ସାମାଜିକ  ସାଂସ୍କୃତିକ ଜୀବନ ପର୍ବ ର ଏକ ଅଭିନ୍ନ ବ୍ୟଞ୍ଜନ। ଆଜି ପଖାଳ ଦିବସ ପାଳନ ଅବସରରେ କେତେ ଆଲୋଚନା କିନ୍ତୁ ମନେ ପଡେ ମୋ ବୋଉର ପଖାଳ  କଂସା। କୃଷକ ପରିବାର ରେ ବିଲ କୁ ଘୋଟଣା ଧରି ମୁଣ୍ଡ ଉପରେ ଟୋକେଇ ଭିତରେ ପଖାଳ ଭାତ ସହ ପିଆଜ ଓ ରସୁଣ ଲଙ୍କା ଧରି ଚାଷୀ ର ପ୍ରାଣ ପ୍ରିୟା ଯାଉଥିଲା। ସେ ବିଲ ରେ ଗଣ୍ଡେ ପଖାଳ ଖାଇ ପାଉଥିଲା ଶକ୍ତି। ସତରେ ପଖାଳ ଆମ ସ୍ବାସ୍ଥ୍ୟ ପାଇଁ ଅମୂଲ୍ୟ ବରଦାନ ମଧ୍ୟ। ଜୀବନ ସୁଖମୟ ପାଇଁ ପଖାଳ ର ଆନନ୍ଦ ଆଜି ସାଉଁଟି ଆଣି ଯେଉଁ ପ୍ରଚାର ପ୍ରସାର ପାଇଁ ଆମେ ଶତ ଚେଷ୍ଟିତ ଏହା ଏକ ସୁଖଦ ବିଚାର। ସବୁ ବେଳେ ସବୁ ସମୟରେ ପଖାଳ ଆମ ସ୍ବାସ୍ଥ୍ୟ ପାଇଁ ହିତ କାରୀ ହୋଇ ରହିଛି ଓ ରହିବ ଏଣୁ ପଖାଳ ଦିବସ ପାଳନ ଏକ ସ୍ବାଗତ ଯୋଗ୍ୟ ପ୍ରୟାସ। 

nis-ad
Leave A Reply

Your email address will not be published.