ଯୁବକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଆନନ୍ଦପୁର: ଘଷିପୁରା ଥାନା ଖାଳିଆମେଣ୍ଟା ଗାଁରେ ସାମାନ୍ୟ କଥାକୁ ଆଳକରି ଜଣେ ଯୁବକ ଅନ୍ୟଜଣେ ଯୁବକକୁ ହାଣି ନିର୍ବାଚନୀ ରାଗ ସୁଝାଇଛି । ଗୁରତର ଯୁବକ ଦେବବ୍ରତ ଜେନାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗାଁ ଦାଣ୍ଡରେ ବାଇକି ଜୋରରେ ଚଳାଇବାକୁ ନେଇ ଆଜି ଦେବବ୍ରତଙ୍କ ସହ ଗାଁର ଅନ୍ୟଜଣେ ଯୁବକଙ୍କ ସହିତ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲା ।

କିଛି ସମୟପରେ ନିଜ ଘର ନିକଟରେ ଠିଆ ହୋଇଥିବା ବେଳେ ସପୃକ୍ତ ଯୁବକ ଏକ ଧାରୁଆ ଅଶ୍ତ୍ରରେ ଦେବବ୍ରତଙ୍କୁ ହାଣିଥିଲା । ଆକ୍ରମଣରେ ଦେବବ୍ରତଙ୍କ ବାମହାତରେ ଗଭୀର କ୍ଷତ ହୋଇଛି । ତେବେ ଗତ ପଞ୍ଚାୟତ ନିର୍ବାଚନ ରାଗରଖି ସଂପୃକ୍ତ ଯୁବକ ଏଭଳି ଆକ୍ରମଣ କରିଥିବା କହିଛନ୍ତି ଦେବବ୍ରତ । ଖବରପାଇ ଘଷିପୁରା ପୋଲିସ୍ ପହଁଞ୍ଚି ତଦନ୍ତ ଚଳାଇଛି । ମାତ୍ର ଆକ୍ରମଣକାରୀ ଯୁବକକୁ ଧରିପାରିନାହିଁ ପୋଲିସ୍ ।

nis-ad
Leave A Reply

Your email address will not be published.