ବ୍ରହ୍ମଗିରିରେ ଘନଘନ ବୋମା ମାଡ

ବ୍ରହ୍ମଗିରି: ପୂର୍ବ ବିବାଦକୁ ନେଇ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ହୋଇଉଠିଛି । ଦୁଇ ଗୋଷ୍ଠୀ ପକ୍ଷରୁ ଫୁଟିଲା 15 ରୁ ଅଧିକ ବୋମା ।

ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦୁଇ ଥର ଏକାଧିକ ବୋମାମାଡ଼ ସହ ସଂଘର୍ଷ ଘଟିଥିବା ଜଣାପଡ଼ିଛି ।

ଏହି ଘଟଣାରେ ପୋଲିସ ପ୍ରଥମ ଗଣ୍ଡଗୋଳରେ 6 ଜଣଙ୍କୁ ଗିରଫ କରିଥିବା ବେଳେ ଦ୍ଵିତୀୟ ଘଟଣାରେ 19 ଜଣ ମହିଳାଙ୍କୁ ଗିରଫ ସହ କୋର୍ଟ ଚାଲାଣ ହୋଇଥିଲେ । ଆଜି ସେହି ପୂର୍ବ ବିବାଦକୁ ନେଇ ପୁଣି ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଉଭୟଙ୍କ ମଧ୍ୟରେ ମଧ୍ୟରେ 15 ରୁ ଊର୍ଦ୍ଧ୍ବ ବୋମାମାଡ ହୋଇଛି । ଏବେ ବି ଗାଁରେ ପୋଲିସ ପହଞ୍ଚି ନଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.