ବାଂଲାଦେଶ ସରକାର ହିନ୍ଦୁମାନଙ୍କ ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି : ଆରଏସଏସ୍

ନୂଆଦିଲ୍ଲୀ : ବାଂଲାଦେଶରେ ଥିବା ଇସ୍କନ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) । ବାଂଲାଦେଶ ସରକାର ହିନ୍ଦୁମାନଙ୍କ ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି ବୋଲି ଆରଏସଏସ୍ ଅଭିଯୋଗ କରିଛି ।
ଆରଏସଏସ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର କହିଛନ୍ତି ଯେ, ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ରକ୍ଷା କରିବାରେ ସେଠାକାର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଢାକା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ କଂଗ୍ରେସ ପ୍ରଭୃତି ବିରୋଧୀ ଦଳମାନେ ରାଜନୈତିକ ସଂକୀର୍ଣ୍ଣତାରୁ ଉପରକୁ ଉଠି ଭାରତ ସରକାରଙ୍କ ଉପରେ ଛିଡ଼ା ହୁଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ଆରଏସଏସ ଅଧିନସ୍ଥ ମୁସଲିମ ରାଷ୍ଟ୍ରୀୟ ମଂଚର ପ୍ରତିଷ୍ଠାତା ଥିବା ଇନ୍ଦ୍ରେଶ କହିଛନ୍ତି ଯେ ଭାରତର ମୁସଲିମ ସମାଜ ମଧ୍ୟ ଏହାକୁ ବିରୋଧ କରିବା ଉଚିତ ।
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ଢାକାର ୱାରିସ୍ଥିତ ୨୨୨ ଲାଲ୍‌ମୋହନ ଶାହା ‌ଷ୍ଟ୍ରିଟ୍‌ରେ ଥିବା ‘ଇସ୍କନ ରାଧାକାନ୍ତ ମନ୍ଦିରକୁ ୨୦୦ରୁ ଅଧିକ ଉତ୍ତ୍ୟକ୍ତ ବ୍ୟକ୍ତି ଆକ୍ରମଣ କରି, ଭଙ୍ଗାରୁଜା କରିବା ସହିତ ଲୁଟତରାଜ କରିଥିଲେ । ଏହି ଆକ୍ରମଣରେ ସୁମନ୍ତ୍ର ଚନ୍ଦ୍ର ଶ୍ରବଣ, ନିହାର ହଲ୍‌ଦାର୍‌, ରାଜୀବ ଭଦ୍ରାଙ୍କ ସମେତ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଆକ୍ରମଣକାରୀ ଜନତାଙ୍କର ନେତୃତ୍ବ ନେଇଥିଲେ ହାଜି ଶଫିଉଲ୍ଲା । ସେମାନେ ମନ୍ଦିର ଓ ଶ୍ରୀବିଗ୍ରହ ଭଙ୍ଗାରୁଜା କରିବା ସହ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍‌ କରି ନେଇଛନ୍ତି ।

nis-ad
Leave A Reply

Your email address will not be published.