ଖରସ୍ରୋତା ନଦୀରେ ବୁଡ଼ିଗଲେ ୭ ଜଣ, ୨ ଜଣଙ୍କ ମୃତଦେହ ଉଦ୍ଧାର, ୪ ନିଖୋଜ

ଯାଜପୁର: ହୋଲିରେ ଅଘଟଣ। ରଙ୍ଗ ଖେଳି ଗାଧଉଥିବା ବେଳେ ଖରସ୍ରୋତା ନଦୀରେ ବୁଡ଼ିଗଲେ ୬ଜଣ ଯୁବକ । ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଖରସ୍ରୋତା ନଦୀରେ ତଲାସି ଅଭିଯାନ ଚାଲିଛି ।

ଆଜି ଯାଜପୁର ଜିଲ୍ଲାରେ ହୋଲି ଖେଳ ପରେ ୭ ଜଣ ଯୁବକ ବଡ଼ସୁଆର ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଗାଧଉଥିଲେ ।

ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ମଙ୍ଗଳାଘାଟରେ ପିନ୍ଧା ଲୁଗା ଦେଖି ବୁଡ଼ିଯାଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଙ୍ଗଳାଘାଟରେ ପହଞ୍ଚି ଖୋଜାଖୋଜି କରୁଛନ୍ତି ।

nis-ad
Leave A Reply

Your email address will not be published.