ପୌର ଭୋଟ: ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ହେଉଥିବା ଭୋଟ ଗ୍ରହଣ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲ୍ଲାପାଳ, ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ କରାଯାଇଛି । ମତଦାନ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଅର୍ଥାତ ଯେଉଁମାନଙ୍କର ଘର ପୌରସଂସ୍ଥା ଓ ମହାନଗର ନିଗମ ଅଧିନରେ ରହିଛି ସେହି କର୍ମଚାରୀଙ୍କୁ ଛୁଟି ମିଳିବ ।

ନିର୍ବାଚନ ଦିନ, ନିର୍ବାଚନ ପୂର୍ବଦିନ ଓ ନିର୍ବାଚନ ପରଦିନ ଏଭଳି ଭାବେ ସର୍ବାଧିକ ୩ ଦିନ ଛୁଟି ନେଇପାରିବେ କର୍ମଚାରୀ । ଆଉ ଏହି ଛୁଟିକୁ ସ୍ପେଶାଲ ସିଏଲ ଭାବେ ଗ୍ରହଣ କରାଯିବ ।

nis-ad
Leave A Reply

Your email address will not be published.