ପ୍ରତିଷ୍ଠା ହେବ ରାମାୟଣ ବିଶ୍ୱବିଦ୍ୟାଳୟ, ନୀତିଶଙ୍କୁ ପ୍ରସ୍ତାବ ପଠାଇଲେ ମନ୍ଦିର ଟ୍ରଷ୍ଟ

ପାଟନା: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ପ୍ରତିଷ୍ଠା ହେବ ବିଶ୍ୱବିଦ୍ୟାଳୟ | ବିହାରର ପାଟନାରେ ଥିବା ମହାବୀର ମନ୍ଦିର ପକ୍ଷରୁ ବିହାରର ବୈଶାଳୀ ଜିଲ୍ଲାରେ ରାମାୟଣ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପଦକ୍ଷେପ ନିଆଯାଇଛି | ଏଥିପାଇଁ ଇସଲାମପୁରରେ ୧୨ ଏକର ଜମି ଚିହ୍ନଟ କରାଯାଇଛି। ମହାବୀର ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମାୟଣ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଶିକ୍ଷା ବିଭାଗ ନିକଟରେ ଆବେଦନ କରାଯାଇଛି | ମହାବୀର ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ଏହା ବିଶ୍ୱର ଏକମାତ୍ର ବିଶ୍ୱବିଦ୍ୟାଳୟ ହେବ, ଯେଉଁଠାରେ ଗୋସ୍ୱାମୀ ତୁଳସୀଦାସଙ୍କ ରାମଚରିତମାନସ, ବାଲ୍ମୀକି ରାମାୟଣକୁ ଆଧାର ସ୍ୱରୂପ ନେଇ ଭାରତୀୟ ଭାଷା ତଥା ଅନ୍ୟ ଭାଷାରେ ଅନୁବାଦିତ ସମସ୍ତ ପ୍ରକାରର ରାମାୟଣ ଉପରେ ବ୍ୟାପକ ଅଧ୍ୟୟନ ଏବଂ ଅନୁସନ୍ଧାନ କରାଯିବ। ମହାବୀର ମନ୍ଦିର ପକ୍ଷରୁ ଶିକ୍ଷା ବିଭାଗକୁ ପ୍ରସ୍ତାବ ସହିତ ୧୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଡ୍ରାଫ୍ଟ ମଧ୍ୟ ଦିଆଯାଇଛି।
ମହାବୀର ମନ୍ଦିର ଟ୍ରଷ୍ଟର ସଚିବ ଆଚାର୍ଯ୍ୟ କିଶୋର କୁଣଲ ସୂଚନା ଦେଇଛନ୍ତି ଯେ ରାମାୟଣ ବିଶ୍ୱବିଦ୍ୟାଳୟ ପାଇଁ ବୈଶାଳୀ ଜିଲ୍ଲାର ଇସମାଇଲପୁରରେ ମହାବୀର ମନ୍ଦିରର ପ୍ରାୟ ୧୨ ଏକର ଜମି ଦିଆଯାଇଛି। ଏଠାରେ ବିଶ୍ୱବିଦ୍ୟାଳୟର ମୁଖ୍ୟ କୋଠା, ଏକାଡେମିକ୍ ବିଲଡିଂ ନିର୍ମାଣ କରାଯିବ |
ଆର୍ଥିକ ଆତ୍ମନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ରାମାୟଣ ବିଶ୍ୱବିଦ୍ୟାଳୟରେ ପାଞ୍ଚଟି ପ୍ରମୁଖ ବିଷୟ ଶିକ୍ଷା ଦିଆଯିବ ବୋଲି ଆଚାର୍ଯ୍ୟ କିଶୋର କୁଣଲ କହିଛନ୍ତି। ଏଗୁଡ଼ିକ ହେଉଛି – ଜ୍ୟୋତିଷ ଶାସ୍ତ୍ର, କର୍ମକାଣ୍ଡ, ଆୟୁର୍ବେଦ, ଯୋଗ ଏବଂ ପ୍ରବଚନ | ଛାତ୍ରମାନେ ଏହି ବିଷୟଗୁଡ଼ିକରେ ବିଭିନ୍ନ ସ୍ତରର ଅଧ୍ୟୟନ କରି ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାକୁ ସମର୍ଥ ହେବେ।

nis-ad
Leave A Reply

Your email address will not be published.