‘ଶାଦି ଡଟ୍‌ କମ୍‌’ରୁ ରମେଶଙ୍କ ଆକାଉଣ୍ଟ ଡିଲିଟ୍‌ କରିବାକୁ ଚିଠି ଲେଖିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ରସିକିଆ ଠକ ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣା । ଶାଦି ଡଟ କମ୍‌କୁ ଚିଠି ଲେଖିଲା କମିଶନରେଟ୍‌ ପୋଲିସ । ଶାଦି ଡଟ୍‌ କମ୍‌ରୁ ଠକ ରମେଶଙ୍କର ଆକାଉଣ୍ଟ ଡିଲିଟ୍‌ କରିବାକୁ ଚିଠିରେ ଉଲ୍ଲେଖ କରିଛି ପୋଲିସ । ସେହିପରି ଶାଦି ଡଟ୍‌ କମ୍‌ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି । ସେନେଇ ତଥ୍ୟ ମଧ୍ୟ ମାଗିଛି ପୋଲିସ । ଗୁରୁବାର ଦିନ ରମେଶଙ୍କ ଡ୍ରାଇଭରଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

ସୂଚନାଯୋଗ୍ୟ ଯେ, ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ହେବା ପରେ ପୋଲିସ ଲଗାତର ଭାବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି । ଏହି କେଳେଙ୍କାରୀରେ ରମେଶଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ରମେଶଙ୍କ ପ୍ରଥମ ପତ୍ନୀଙ୍କୁ ଜେରା କରିଛି । ପରେ ବୁଧବାର ଦିନ ରମେଶଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ୬ ଘଣ୍ଟାର ପଲିଗ୍ରାଫ୍‌ ଟେଷ୍ଟରେ ରମେଶଙ୍କୁ ୭୦ ପ୍ରଶ୍ନ ପଚାରିଥିଲା ପୋଲିସ । ତେବେ ଏଥିରେ ସେ କେତେ ସତ କହିଛି , ତାହା ଆଗାମୀ ଦିନରେ ଜଣାପଡିବ । ସେହିପରି ଗୁରୁବାର ଦିନ ରମେଶଙ୍କ ଡ୍ରାଇଭରଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

nis-ad
Leave A Reply

Your email address will not be published.