ଦିନ ଦ୍ୱିପହରରେ ଜୁଏଲାରୀ ଦୋକାନରୁ ଲୁଟ୍‌

ଭୁବନେଶ୍ୱର: ପୋଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ । ଦିନ ଦ୍ୱିପହରରେ ଜୁଏଲାରୀ ଦୋକାନରୁ ଲୁଟ୍‌ ହୋଇଛି । ଭୁବନେଶ୍ୱର ନିକଟସ୍ଥ ଜାଆଁଳା ରାସ୍ତା କଡ଼ରେ ଥିବା ସାଗରିକା ଜୁଏଲାରୀରୁ ଲୁଟ୍‌ ହୋଇଛି ।

ଖବର ଅନୁଯାୟୀ, ବୁଧବାର ଦିନ ହଠାତ୍‌ ଲୁଟେରାମାନେ ଆସି ସୁନା ଦୋକାନରେ ବନ୍ଧୁକ ଦେଖାଇ ଧମକାଇଥିଲା । ବନ୍ଧୁକ ଦେଖି ଦୋକାନରେ ଥିବା କର୍ମଚାରୀମାନେ ଡରିଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ସୁନା ଦୋକାନରୁ ଲୁଟ୍‌ କରିଥିଲେ । କିନ୍ତୁ ଫେରିବା ସମୟରେ ନିଜ ବାଇକ୍‌କୁ ଦୋକାନା ପାଖରେ ଛାଡି ବନ୍ଧୁକ ଦେଖାଇ ଅନ୍ୟ ଏକ ଗାଡି ଧରି ଚମ୍ପଟ ମାରିଛନ୍ତି । ପୋଲିସ ଘଟଣା ସଂପର୍କରେ ଖବର ପାଇ ଲୁଟେରାଙ୍କ ପିଛା କରୁଛି ।

nis-ad
Leave A Reply

Your email address will not be published.