ରାଜଧାନୀର ୨ ଦୃଷ୍ଟିହୀନ ନାବାଳିକା ମଥୁରାରୁ ଉଦ୍ଧାର

ଭୁବନେଶ୍ୱର: ଶେଷରେ ଉଦ୍ଧାର ହେଲେ ରାଜଧାନୀରୁ ଅପହରଣ ହୋଇଥିବା ୨ ଦୃଷ୍ଟିହୀନ ନାବାଳିକା । ୨ ଦୃଷ୍ଟିହୀନ ନାବାଳିକାଙ୍କୁ ଉଦ୍ଧାର କରିଛି ମଥୁରା ରେଲୱେ ପୋଲିସ । ନାବାଳିକାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ରେଲୱେ ପୋଲିସ । କମିଶନରେଟ୍ ପୋଲିସ ଯୋଗଯୋଗରେ ଅଛି ମଥୁରା ରେଲୱେ ପୋଲିସ ସହ ।

ଏ ନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ବିନୋଦିନୀ ସାମଲ ଓ ସ୍ୱୌମ୍ୟା ଶ୍ୱେତା ବେହେରା କେଉଁଆଡେ ନିଖୋଜ ହୋଇଯାଇଥିଲେ । ବିନୋଦିନୀ ସକାଳେ ହଷ୍ଟେଲରୁ କ୍ଲାସ୍ ଯାଉଛୁ କହି ଆଉ ଫେରି ନଥିଲେ । ଏପରିକି ତାଙ୍କ ରୁମରୁ ଏକ ଅଡିଓ ରେକର୍ଡ ମଧ୍ୟ ଉଦ୍ଧାର ହୋଇଥିଲା ।

ସେ କଲେଜ୍ ଗେଟ୍ ପାଖରୁ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ । ଏହାସହ ତାଙ୍କ ହ୍ୱାଟସଆପ୍ ଗ୍ରୁପରୁ ବି ଲେଫ୍ଟ ହୋଇଯାଇଥିଲେ । ଏ ନେଇ ତାଙ୍କ ରୁମ୍ ମେଟ୍ ଜଣାଇଥିଲେ । ସେହିପରି ଅନ୍ୟ ଜଣେ ସୌମ୍ୟା ଶ୍ୱେତା ବେହେରା ଘରୁ ଚାଲିଯାଇଥିବା ଜଣାପଡିଛି । ଏ ସବୁ ପଛରେ ଅପହରଣ ନାଁ ଆଉ କିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

nis-ad
Leave A Reply

Your email address will not be published.