ବୁଡାଗୁଡ଼ାରେ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା ଶିବିର ଅନୁଷ୍ଠିତ

ଦାରିଙ୍ଗବାଡ଼ି,(୧୫/୦୩) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତ ସଭାଗୃହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଜଙ୍ଗଲ ବିଭାଗର ତିଲୋରୀ ,ବୁଡାଗୁଡ଼ା, ପକାରି ଓ ପାରିଗୁଡ଼ ସେକ୍ସନ ଅଂଚଳର ସମସ୍ତ ଲାଇନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବି, ଜନ ପ୍ରତିନିଧି ଯୋଗଦେଇଥିଲେ ।

ବୁଡାଗୁଡ଼ା ବନପାଳ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବୁଡାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ, ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ, ବୁଡାଗୁଡ଼ା ସମିତି ମେମ୍ବର ଶ୍ରୀକାନ୍ତ ପ୍ରଧାନ ଯୋଗଦେଇ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯିବ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବାର୍ତ୍ତା ଦେଇଥିଲେ । ସେହି ପରି ତିଲୋରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧରଣୀଧର ଦାସ, ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ, ପକାରି ଉଚ୍ଚ ବିଦ୍ୟାଳୟ ଶିକ୍ଷକ ବିପିନବିହାରୀ ସାହୁ, ଦେଵବ୍ରତ ଦାସ, ଋତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲ , ବୁଡାଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ହିନ୍ଦୀ ଶିକ୍ଷକ , ବୁଡାଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ରଘୁନାଥ ସାହୁ ଯୋଗଦେଇ ବିଭିନ୍ନ ସ୍ତରରେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନତା ସୃଷ୍ଟି କରିବାକୁ ତାଙ୍କ ବକ୍ତବ୍ୟରେ ଆଲୋଚନା କରିଥିଲେ । ଦାରିଙ୍ଗବାଡ଼ି ବନପାଳ ପ୍ରସନ ପାତ୍ର, ସିମନବାଡ଼ି ବନପାଳ ରବିମହନ ନାୟକ ସହିତ ସମସ୍ତ ଜଙ୍ଗଲ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହା ପରେ ସଚେତନ ରଥକୁ ଅତିଥିମାନେ ଶୁଭ ଉଦଘାଟନ କରିଥିଲେ । ଏହି ରଥ କୋଟଗଡ଼ ବ୍ଳକର ପାରିଗୁଡା, ରାଣିପାଙ୍ଗା, ପକାରି, ବାଲିଗୁଡ଼ା ବ୍ଳକର ଋତୁଙ୍ଗିଆ ଓ ଦାରିଙ୍ଗବାଡ଼ି ବ୍ଳକର ତିଲୋରୀ, ବୁଡାଗୁଡ଼ା ,ଗୁମିକିଆ ଗ୍ରାମ ପଞ୍ଚାୟତ ଅଞ୍ଚଳ ବିଭିନ୍ନ ଗ୍ରାମରେ ପହଞ୍ଚି ସଚେତନ ବାର୍ତ୍ତା ସପ୍ତାହ ବ୍ୟାପି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.