୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସୋଲାର ଲ୍ୟାମ୍ପ,ରେଡ଼ିଓ ଓ ୱାଟର ଷ୍ଟୋରେଜ ଟ୍ୟାଙ୍କ ବଣ୍ଟନ

ଫୁଲବାଣୀ/ବାଲିଗୁଡା : ଗୋଛାପଡା ଠାରେ ୧୫/୩/୨୦୨୨ ରେ, ଗୋଛାପଡା ଥାନା ଅଧୀନରେ ସି /୧୨୭ ବାଟାଲିୟନ ସିଆରପିଏଫ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ନିୟୋଜିତ, ଗୋଛାପଡା ଗ୍ରାମ ପଞ୍ଚାୟତର ଅଭାବୀ ଏବଂ ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡିଓ ସେଟ୍ ଏବଂ ୱାଟର ଷ୍ଟୋରେଜ୍ ଟ୍ୟାଙ୍କ ବଣ୍ଟନ କରାଯାଇଥିଲା ।ଏହି ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ତତ୍ତ୍ବବଧାନରେ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ଆଇଯିପି ଏସ୍. କେ. ମହାନ୍ତି ଓଡିଶା ସେକ୍ଟର ସିଆରପିଏଫ ଏବଂ କମାନଡେଣ୍ଟ ଆନନ୍ଦ ଝା ୧୨୭ ବାଟାଲିୟନର ମାର୍ଗ ଦର୍ଶନ ଅନୁସାରେ, କମାନଡେଣ୍ଟ ଆର. ଏଲ. ଫିମେଟ୍ ସେକେଣ୍ଡ-ଇନ୍ – (ଏଡମ୍) ଏବଂ ସେକେଣ୍ଡ ଇନ କମାନଡେଣ୍ଟ ମଉଲି ମୋହନ କୁମାରଙ୍କ ଉପସ୍ଥିତିରେ ଏକ ରଙ୍ଗୀନ ଇଭେଣ୍ଟରେ ସି. ଆର. ପି. ଏଫ.୧୨୭ ବାଟାଲିୟନର ଅଧିକାରୀମାନେ ଏହି ଆବଶ୍ୟକୀୟ ଜିନିଷ ବଣ୍ଟନ କରିଥିଲେ ।

ସି.ଅଜିତ ବାବୁ ଡେପୁଟି – କମାଣ୍ଡାଣ୍ଟ, ବିଜୟ ପ୍ରକାଶ ଚୋବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ନେଲାୟାପନ୍ ପି. ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଇନ୍ସପେକ୍ଟର ନାରାୟଣ ରାଜୁ କମ୍ପାନୀ କମାଣ୍ଡର ସି/୧୨୭ ବାଟାଲିୟନ ସିଆରପିଏଫ ଗୋଛାପଡା ସରମ୍ପଞ୍ଚ ଯୁଗାନ୍ତ କଁହର ଏବଂସଲାଗୁଡା ସରମ୍ପଞ୍ଚ ରୋହିତ କଁହର ।ଗୋଛାପଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ ଏବଂ ଏ ଏସ ଏଚ ଓ ରଞ୍ଜିତ କୁମାର ମୁନି ଗୋଛାପଡା ଥାନା ଅଧିକାରୀ ଏହି ଅବସରରେ ଅଞ୍ଚଳର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଯୋଜନା ଅଧୀନରେ ସମୁଦାୟ ୨୩୧ ପରିବାର ଉପକୃତ ହୋଇଥିଲେ । ଶ୍ରୀ ଆର. ଏଲ. ଫିମେଟ୍ ସେକେଣ୍ଡ-ଇନ୍ – କମାଣ୍ଡ (ଏଡମ୍)। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ କରାଯିବ।

nis-ad
Leave A Reply

Your email address will not be published.