ସମ୍ପତ୍ତି ପାଇଁ ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ଭାଇ

ଯାଜପୁର : ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ । ଭାଇ ଉପରେ ଟ୍ରକ ଚଢାଇଦେଲା ଭାଇ । ଯାଜପୁର ଜେନାପୁର ଥାନା ବାଲିସାହି ଅଂଚଳରେ ଘଟିଛି ଏଭଳି ଏକ ଘଟଣା । ଜମି ବାଡ଼ି ବିବାଦକୁ ନେଇ ବାଲିସାହି ଗାଁର ରଥ ମଲ୍ଲିକଙ୍କ ପୁଅ ଅକ୍ଷୟ ମଲ୍ଲିକଙ୍କ ଉପରେ ଟ୍ରକ୍ ଚଢାଇ ହତ୍ୟା କରିଛି ପୁତୁରା ସୁଶାନ୍ତ ମଲିକ । ଏନେଇ ଜେନାପୁର ଥାନାରେ ଅଭିଯୋଗ ହୋଇଛି ।

ମୃତକଙ୍କ ବାପା ରଥ ମଲ୍ଲିକଙ୍କ ଏତଲା ଆଧାରରେ ଜେନାପୁର ପୋଲିସ ଅଭିଯୁକ୍ତ ସୁଶାନ୍ତକୁ ଅଟକ ରଖିଛି । ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ସନ୍ଦେହ କରାଯାଉଛି । ତେବେ ସୂଚନା ଅନୁସାରେ ଗତକାଲି ରାତିରେ ଜୋର ଜବରଦସ୍ତ ଅକ୍ଷୟଙ୍କ ଉପରେ ସୁଶାନ୍ତ ଟ୍ରକ୍ ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.