ବଡ ଦାୟିତ୍ୱ ମିଳିଛି କହି ଲୋକସଭାରୁ ଇସ୍ତଫା ଦେଲେ ଭଗବନ୍ତ ମାନ

ନୂଆଦିଲ୍ଲୀ: ଲୋକସଭାରୁ ଆଜି ଇସ୍ତଫା ଦେଇଛନ୍ତି ଭଗବନ୍ତ ମାନ | ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସାଙ୍ଗରୁରର ସାଂସଦ ଭଗବନ୍ତ ମାନ ବାଚସ୍ପତି ଓମ ବିର୍ଲାଙ୍କୁ ଇସ୍ତଫା ଦେବା ପୂର୍ବରୁ ସୋମବାର ଶେଷ ଥର ପାଇଁ ଲୋକସଭାକୁ ଆସିଥିଲେ । ଲୋକସଭାରୁ ଇସ୍ତଫା ଦେବା ପରେ ମାନ କହିଛନ୍ତି ଯେ ସେ ଏହି ଗୃହକୁ ମିସ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ସେବା କରିବା ପାଇଁ ପଞ୍ଜାବର ଲୋକମାନେ ତାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ମୁଁ ପ୍ରତିଜ୍ଞା କରୁଛି ଯେ ମୋ ବଦଳରେ ଖୁବ ଶୀଘ୍ର ଆପ ର ଆଉ ଜଣେ ସାଂସଦ ସ୍ୱର ଉଠାଇବେ |
ପଞ୍ଜାବ ଭଳି ଏକ ସମ୍ବେଦନଶୀଳ ସୀମାନ୍ତ ରାଜ୍ୟକୁ ଶାସନ କରିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି, “ମୁଁ ସାତ ବର୍ଷ ଧରି ସାଂସଦ ଥିଲି। ପ୍ରଶାସନ ଚଳାଇବାରେ ଆମର ଅଭିଜ୍ଞତା ଅଛି | ଆମେ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଚଳାଉଛୁ। ଆମେ ନୂଆ ନୁହଁ | ଆମେ ଜାଣୁ ସରକାର କିପରି ପରିଚାଳନା କରାଯିବ | ଦିଲ୍ଲୀ ନିର୍ଦ୍ଦେଶରେ ପଞ୍ଜାବରେ ଶାସନ ହେବ ଅଭିଯୋଗ ଉପରେ ମାନ କହିଛନ୍ତି ଯେ ସେ ଦିଲ୍ଲୀରୁ ନିର୍ଦ୍ଦେଶ ନେବେ, ଦିଲ୍ଲୀ ମଧ୍ୟ ପଞ୍ଜାବରୁ ନିର୍ଦ୍ଦେଶ ନେବ।

nis-ad
Leave A Reply

Your email address will not be published.