ପୋଲିସ ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ପୋଲିସର ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ପଲି ପଞ୍ଚାୟତ ହାବେଲିରେ ନାବାଳିକାଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ବର୍ବରତା ଓ ନିର୍ଯୟାତନା ପାଇଁ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ଗତ ପଞ୍ଚାୟତ ନିର୍ବାଚନରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ହେବା ସହ ପୋଲିସ ଗାଡି ଭଙ୍ଗାରୁଜା କରାଯାଇଥିଲା । ତେବେ ଏହି ଘଟଣାରେ ଜଗତସିଂହପୁର ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ କିଛି ଗ୍ରାମବାସୀଙ୍କୁ ଗିରଫ କରିବାର ଧମକ ଦେଇଥିବାର ଅଭିଯୋଗ ହୋଇଛି ।

ତେବେ ରବିବାର ରାତିରେ ପୋଲିସ ଘରକୁ ଆସି ଗିରଫ କରିବାର ଧମକ ମଧ୍ୟ ଦେଇଥିଲା । ସେହିପରି ଆତ୍ମହତ୍ୟା କରିଥିବା ଯୁବତୀଙ୍କ ବାପା, ମାଆ ନାଁରେ ପୋଲିସ ମାମଲା କରିଥିଲା । ଏହାସହିତ ପୋଲିସ ବାରମ୍ବାର ତାଙ୍କ ଘରକୁ ଯାଇ ଜୁଲମ୍ କରିବାରି ଆତ୍ମହତ୍ୟା ଅଭିଯୋଗ ହୋଇଛି ।

ରାତି ଅଧରେ ଘରକୁ ପୋଲିସ ଆସି କବାଟ ବାଡେଇଥିବା ଜଣାପଡିଛି । ଏହାସହିତ ସକାଳେ ଆସି ତୁମକୁ ଉଠାଇନେବୁ ବୋଲି ପୋଲିସ କହିଥିବାର ଅଭିଯୋଗ ହୋଇଛି । ତେବେ ଏହାକୁ ଡରି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି । ଏନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି ।

nis-ad
Leave A Reply

Your email address will not be published.