ରାସ୍ତାକଡ଼ରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ଜିଲ୍ଲା ସୋର ଥାନା ନଦୀଗାଁ ଛକ କାନପୁର ନିକଟରେ ଅଘଟଣ । ରାସ୍ତା କଡ଼ରୁ ଦଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମୃତ୍ୟୁ ଦୁର୍ଘଟଣା ପାଇଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଦୁଇଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରିବା ସହ ଏକ ବାଇକ ଜବତ କରିଛି ପୋଲିସ । ମୃତ ଦୁଇ ଜଣକ ହେଉଛନ୍ତି ନଦୀଗାଁ ପଞ୍ଚାୟତ କାନପୁର ଗାଁର ସୁକୁଟା ସିଂ (୧୩) ଓ ଚକନ ସିଂ (17) । ଶନିବାର ରାତିରେ ୨ ଜଣ ନାବାଳକ ବାଇକ ନେଇ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ସକାଳେ ଦୁଇଜଣଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହା ଏକ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ କାରଣ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.