ମହଙ୍ଗା ପଡ଼ିଲା ଭାରତକୁ ରୋହିଙ୍ଗ୍ୟା ମୁସଲମାନ୍‌ ଚାଲାଣ

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲମାନଙ୍କୁ ଭାରତକୁ ଚାଳାଣ କରିବା ମହଙ୍ଗା ପଡ଼ିଛି । ଏହି ଗଟଣାରେ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ) ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଭାରତ ଭିତରକୁ ବେଆଇନ ଚାଲାଣ କରିବାରେ ସମ୍ପୃକ୍ତ ଥିଲେ। ଏଥିପାଇଁ ଏକ ସିଣ୍ଡିକେଟ୍‌ କାମ କରୁଥିବା ଏନଆଇଏ କହିଛି। ଆସାମ, ପଶ୍ଚିମବଙ୍ଗ, ମେଘାଳୟ ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଏହାର ନେଟୱାର୍କ କାମ କରୁଛି। ସୂଚନା ଅନୁଯାୟୀ, ମ୍ୟାନମାରରୁ ନିର୍ଯାନାର ଶିକାର ହୋଇ ଶହ ଶହ ରୋହିଙ୍ଗ୍ୟା ମୁସଲମାନ ଦେଶ ଛାଡ଼ୁଛନ୍ତି। ୨୦୧୭ଠାରୁ ଏହି ଯାତ୍ରା ତୀବ୍ର ହୋଛି। ମ୍ୟାନ୍‌ମାର୍‌ର ଉତ୍ତର-ପଶ୍ଚିମ ଅଞ୍ଚଳ ରାଖିନ୍‌ ପ୍ରଦେଶର ମୂଳ ବାସିନ୍ଦା ହେଉଛନ୍ତି ରୋହିଙ୍ଗ୍ୟା ମୁସଲମାନ। ୧୮୨୬ରେ ବ୍ରିଟିସରମାନେ ଏହି ଅଞ୍ଚଳ ଦଖଲ କଲାପରେ ପୂର୍ବ ବଙ୍ଗ ଅଞ୍ଚଳରୁ ଆସି ଏମାନେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ୧୯୭୧ରେ ବାଂଲାଦେଶରେ ମୁକ୍ତି ଯୁଦ୍ଧ ଆରମ୍ଭ ହୋଇଥିଲା।
ପରେ ଲକ୍ଷ ଲକ୍ଷ ବଙ୍ଗାଳୀ ମୁସଲମାନ ଦେଶ ଛାଡ଼ି ପଳାଇ ଯାଇ ପୁଣି ରାଖିନ୍‌ ପ୍ରଦେଶରେ ଆଶ୍ରୟ ନେଲେ। ଫଳରେ ମ୍ୟାନ୍‌ମାର(ପୂର୍ବରୁ ବର୍ମା) ସଂଖ୍ୟାଗରିଷ୍ଠ ବୌଦ୍ଧ ଗୋଷ୍ଠୀ ଏବଂ ଏହି ମୁସଲମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହେଲା। ୧୯୮୨ରେ ବର୍ମାର ତତ୍କାଳୀନ ସରକାର ପ୍ରଣୟନ କରିଥିବା ଆଇନ ଅନୁଯାୟୀ ଏହି ମୁସଲମାନମାନେ ବର୍ମାର ନାଗରିକତ୍ୱ ଲାଭରୁ ବଞ୍ଚିତ ହେଲେ।
୧୯୯୪ପରଠାରୁ ବର୍ମା ସରକାର ରୋହିଙ୍ଗ୍ୟାଙ୍କୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ବନ୍ଦ କରିଦେଲେ। ଫଳରେ ସେମାନେ କୌଣସି ସରକାରୀ ସୁବିଧା ପାଇଲେ ନାହିଁ। ରାଖିନ୍‌ରେ ରହୁଥିବା ରୋହିଙ୍ଗ୍ୟାମାନଙ୍କ ମଧ୍ୟରେ ଏହାକୁନେଇ ତୀବ୍ର ଅସନ୍ତୋଷ ବୃଦ୍ଧିପାଇଲା। ପରିଣାମ ସୂରୁପ ଉଭୟ ବୌଦ୍ଧ ଏବଂ ରୋହିଙ୍ଗ୍ୟାଙ୍କ ମଧ୍ୟରେ ସଂଘର୍ଷ ଓ ହିଂସା ବଢିଲା। ରୋହିଙ୍ଗ୍ୟାମାନେ ନିର୍ଯାତନାର ଶିକାର ହେଲେ। ଫଳରେ ଭାରତକୁ ଅନୁପ୍ରବେଶ ବଢିଥିଲା।

nis-ad
Leave A Reply

Your email address will not be published.