ଟେଙ୍ଗେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ବ

ଫୁଲବାଣୀ : ଚଳିତ ୨୦୨୧-୨୨ ମସିହାରେ ହୋଇଥିବା ମେଧାବୃତ୍ତି ପରୀକ୍ଷାରେ କେନପାଜୁ କ୍ଲଷ୍ଟରର ଦୁର୍ଗମ ଅଞ୍ଚଳରେ ଥିବା ଟେଙ୍ଗେରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଧିକ ତୃତୀୟ ଶ୍ରେଣୀରୁ ଦୁଇଜଣ ଯଥା ରାଜେଶ କୁମାର କହଁର ଓ ପ୍ରଦ୍ୟୁମ୍ନ କହଁର ଏବଂ ପଞ୍ଚମ ଶ୍ରେଣୀରୁ ଦୁଇଜଣ ଯଥା ପ୍ରିୟଦର୍ଶିନୀ ମହାନ୍ତି ଓ ନିଗମାନନ୍ଦ କହଁର ଏହି ଭଳି ୪ଜଣ ଗୋଟିଏ ସ୍କୁଲରୁ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫୁଲବାଣୀ ବ୍ଲକ ଗ୍ରାମାଞ୍ଚଳ ସ୍କୁଲ ମଧ୍ୟରେ ପ୍ରିୟଦର୍ଶିନୀ ପ୍ରଥମ ହେବା ସ୍କୁଲ ପାଇଁ ଗର୍ବ ଓ ଗୈାରବର ବିଷୟ ହୋଇଛି । ଛାତ୍ରଛାତ୍ରୀ ମାନେ ଏସବୁର ଶ୍ରେୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦେଇଛନ୍ତି।ଏହି ବିଦ୍ୟାଳୟରେ ମୁଖ୍ୟତଃ ଶ୍ରେଣୀ ଗୃହର ଅଭାବ ରହିଛି। ପ୍ରଥମ ରୁ ଅଷ୍ଟମ ଯାଏଁ ଥିବାବେଳେ ମାତ୍ର ତିନୋଟି ଶ୍ରେଣୀ ଗୃହ ରହିଛି। ଯେଉଁଠି ୨ ଟି ଆଜବେଷ୍ଟସ ପୁରୁଣା ବିପଦ ସଂକୁଳ ଘର। ତଥାପି ପିଲାଙ୍କୁ ବାରଣ୍ଡାରେ ବସାଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ଆଜି ଏହି ଭଳି ସଫଳତା କାରଣ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅଭିଭାବକ ମାନେ କହିବା ସହିତ ଖୁସି ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ସୈ।ନ୍ଦର୍ଯ୍ୟ ମଧ୍ୟ କିଛି କମ୍ ନୁହେଁ। ବିଭିନ୍ନ ପ୍ରକାରର ବୃକ୍ଷ ଲତା ଫୁଲଫଳ ଓ ପନିପରିବାରେ ସ୍କୁଲଟି ଏକ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି। ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମ ବାସୀ ଦୁଃଖର ସହିତ ଆମ ମାଧ୍ୟମରେ ଅତିରିକ୍ତ ଶ୍ରେଣୀ ଗୃହ ଓ ପାଚେରୀ ନିର୍ମାଣ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.