ଚିଲିକା ବିଧାୟକ ଗାଡି ଚଢାଇଦେବା ମାମଲା; ଏଭଳି ଘଟଣା ରାଜ୍ୟରେ ପ୍ରଥମ : ଧର୍ମେନ୍ଦ୍ର ପ୍ରଧାନ

ଭିଡ ଭିତରେ ଚିଲିକା ବିଧାୟକ ଗାଡି ଚଢାଇଦେବା ମାମଲା । ଟ୍ୱିଟ କରି ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ବିଧାୟକ ଅମାନୁଷିକ ବାବେ ଗାଡି ଚଢାଇଦେବା ରାଜ୍ୟରେ ପ୍ରଥମ । ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ ହେବ । ଏହି ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଆହୁରି ମଧ୍ୟ କହିଛନ୍ତି, ପଞ୍ଚାୟତ ନିର୍ବାଚନ ସମୟରେ ଶାସକ ଦଳର ହିଂସାତ୍ମକ କାର୍ୟ୍ୟ ଉପରେ ମୁଁ ଉଦବେଗ ପ୍ରକାଶ କରିଥିଲି । ରାଜ୍ୟ ପ୍ରଶାସନ ଏ ଘଟଣା ଗୁଡ଼ିକରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲା ଭଳି ଅନୁଭବ ହେଉନାହିଁ । ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପ୍ରାକ୍ ହିଂସା ଘଟିବା ଚିନ୍ତା ଓ ପରିତାପର ବିଷୟ ।

ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବିଜେପି କାର୍ୟ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ନିନ୍ଦା କରୁଛି । ଆହତ ହୋଇଥିବା କାର୍ୟ୍ୟକର୍ତ୍ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଶାସନ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.