ଶ୍ରୀମନ୍ଦିର ଐତିହ୍ୟ କରିଡର୍‌: ୧୫ ଦିନ ଭିତରେ ରିପୋର୍ଟ ସାର୍ବଜନୀନ କରାଯାଉ

ପୁରୀ: ପୁରୀ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱକୁ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ମନ୍ଦିର ଚାରିପଟେ ଗାତ ସୃଷ୍ଟି କରିବାକୁ ନେଇ ବିବାଦ ଦେଖାଦେଇଛି । ବିସ୍ତୃତ ଅଂଚଳରେ ଗର୍ତ ଖୋଳାଯିବା ଯୋଗୁଁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଓକିଲ ସଂଘ ଐତିହ୍ୟ କରିଡରରେ ପହଂଚି ଏହି ନିର୍ମାଣ କାର‌୍ୟ୍ୟକୁ ବିରୋଧ କରିଥିଲେ ।

ଏବଂ ପରେ ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲେ । ତେବେ ନିର୍ମାଣ କାର‌୍ୟ୍ୟ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥୋରିଟି ଅନୁମତି ଦେଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ନ ଥିଲେ ଓକିଲ ସଂଘ । ଏହାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଐତିହ୍ୟ କରିଡରକୁ କେହି ବିରୋଧ କରୁନାହାନ୍ତି । ତେବେ ନିର୍ମାଣ ନାଁରେ ମନ୍ଦିର ପ୍ରତି ବିପଦ ସୃଷ୍ଟି କଲେ ତାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ । ତେଣୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁଧ୍ୟାନ କରାଯାଇ ୧୫ଦିନ ଭିତରେ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି କହିଛନ୍ତି ବିଜୟ ମହାପାତ୍ର ।

nis-ad
Leave A Reply

Your email address will not be published.