ଚିଲିକା ବିଧାୟକଙ୍କ ସ୍ଥାନ ଜେଲରେ: ପୃଥ୍ୱୀରାଜ

ଭୁବନେଶ୍ୱର: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି ।

ସେ କହିଛନ୍ତି ଯେ ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ବିଧାୟକ ଗାଡ଼ି ମଡ଼ାଇଛନ୍ତି । ଏଭଳି କାମ ସୁସ୍ଥ ମସ୍ତିଷ୍କ ଥିବା ବ୍ୟକ୍ତିର ହୋଇପାରେନା । ଏଭଳି ଲୋକର ସ୍ଥାନ ଜେଲରେ ବୋଲି ପୃଥ୍ୱୀରାଜ କହିଛନ୍ତି । ଏନେଇ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ଥିବା ସେ କହିଛନ୍ତି ।

nis-ad
Leave A Reply

Your email address will not be published.