ପୌର ପରିଷଦ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଚଳିତ ମାସରେ କନ୍ଧମାଳ ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ସଂକ୍ରାନ୍ତରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଧନଞ୍ଜୟ ସ୍ବାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କର ମୋବାଇଲ୍ ନଂ ୯୪୩୭୦୦୦୬୩୬ ଯୋଗେ ତାଙ୍କ ସହିତ ଯୋଗାଯୋଗ କରାଯାଇପାରିବ । ତାଙ୍କର ସ୍ଥାନୀୟ ଠିକଣା- ସର୍କିଟ୍ ହାଉସ୍, ଠିକଣା ହେଲା ଫୁଲବାଣୀ,କନ୍ଧମାଳ। [email protected] ବୋଲି ଜଣାପଡ଼ିଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁଙ୍କ ସୂତ୍ରରୁ ପ୍ରକାଶ ଯେ, ଫୁଲବାଣୀ ପୌର ପରିଷଦରେ ସମୁଦାୟ ଭୋଟର ସଂଖ୍ୟା ୨୫ ହଜାର ୫୨୦ ହୋଇଥିବାବେଳେ ବାଲିଗୁଡ଼ା ଓ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ଭୋଟର ସଂଖ୍ୟା ଯଥାକ୍ରମେ ୧୪ହଜାର ୭୦୪ ଓ ୮ହଜାର ୧୮୫ ବୋଲି ଜଣାପଡ଼ିଛି।

ଫୁଲବାଣୀ ପୌର ପରିଷଦର କାଉନ୍ସିଲର୍ ପଦବୀ ପାଇଁ ସମୁଦାୟ ୪୮ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୪୭ ଜଣଙ୍କର କାଏମ ରହିଛି ଏବଂ ଅଧ୍ୟକ୍ଷ ପଦବୀ ପାଇଁ ସମୁଦାୟ ୦୯ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସମସ୍ତଙ୍କର କାଏମ ରହିଛି ।ସେହିପରି, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନ୍ସିଲର୍ ପଦବୀ ପାଇଁ ସମୁଦାୟ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଅଧ୍ୟକ୍ଷ ପଦବୀ ଲାଗି ସମୁଦାୟ ୦୩ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନ୍ସିଲର୍ ପଦବୀ ପାଇଁ ସମୁଦାୟ ୩୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଅଧ୍ୟକ୍ଷ ପଦବୀ ଲାଗି ସମୁଦାୟ ୦୮ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସବୁ ନାମାଙ୍କନ ପତ୍ର ଗୁଡ଼ିକ କାଏମ ରହିଛି । ଫୁଲବାଣୀ ପୌର ପରିଷଦରେ ୩ଟି ଲେଖାଏଁ ମଡେଲ୍ ବୁଥ୍ ଓ ପିଙ୍କ୍ ବୁଥ୍ କରାଯାଇଥିବାବେଳେ ବାଲିଗୁଡ଼ା ଓ ଘୁ. ଉଦୟଗିରିରେ ଗୋଟିଏ ଲେଖାଏଁ ମଡେଲ୍ ବୁଥ୍ ଓ ପିଙ୍କ୍ ବୁଥ୍ କରାଯାଇଛି । ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ସମୁଦାୟ ୫୮ଜଣ ଲେଖାଏଁ ପ୍ରିଜାଇଡିଙ୍ଗ୍ ଅଫିସର୍‌, ଫାଷ୍ଟ ପୋଲିଙ୍ଗ୍ ଅଫିସର୍‌, ସେକେଣ୍ଡ ପୋଲିଙ୍ଗ୍ ଅଫିସର, ଥାର୍ଡ଼ ପୋଲିଙ୍ଗ୍ ଅଫିସର୍ ଓ ଫୋର୍ଥ ପୋଲିଙ୍ଗ୍ ଅଫିସର୍ ଏହିପରି ବୁଥ୍ ଗୁଡ଼ିକରେ ସର୍ବମୋଟ୍ ୨୯୦ ଜଣ ଅଫିସର୍ ନିର୍ବାଚନ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି ।ସେହିପରି ସମୁଦାୟ ୧୫୦ଟି ଇଭିଏମ୍ ଆବଶ୍ୟକ ପଡ଼ୁଛି । ଫୁଲବାଣୀ ପୌର ପରିଷଦ ପାଇଁ ବିଜୁ କଲ୍ୟାଣ ମଣ୍ଡପ ଷ୍ଟ୍ରଙ୍ଗ୍ ରୁମ୍ ଓ କାଉଣ୍ଟି ସେଣ୍ଟର ଭାବେ କାର୍ଯ୍ୟ କରିବ ଏବଂ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବ୍ଲକ୍ ଅଫିସ୍ କ୍ୟାମ୍ପସ୍ ଓ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଦିବାସୀ କଲେଜ୍ ଷ୍ଟ୍ରଙ୍ଗ୍ ରୁମ୍ ଓ କାଉଣ୍ଟି ସେଣ୍ଟର ଭାବେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି ।ଏହି ପ୍ରେସ୍ ମିଟ୍‌ରେ କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର ଓ ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରଭାତୀ ମହାରଣା ଉପସ୍ଥିତ ରହି ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.