ଏଏମସିଏସ କଲେଜରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲି (୧୦/୦୩) : କନ୍ଧମାଳ ଜିଲ୍ଲାର ନେହେରୁ ୟୁବ କେନ୍ଦ୍ର ତରଫରୁ ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଟିକାବାଲି ଏ. ମ.ସି . ଏସ ମହାବିଦ୍ୟାଳୟରେ ରେ ଅଧକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ଫୁଲବାଣୀରେ ସଂଯାଜକ ନବନୀତ କୁମାର ଅତିଥି ପରିଚୟ ଏବଂ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଅତିଥିଙ୍କ ସ୍ବାଗତ କରିଥିଲେ କାର୍ଯକ୍ରମ ସଂଗଠନ ଶ୍ରୀ ସତ୍ୟବାନ୍ ଦଳବେହେରାଙ୍କ, ମୁଖ୍ୟ ଅତିଥିଭା ବରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରଗୁଡ଼ିକ ଉଦ୍ଘାଟନ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ମନୋଜ କୁମାର ପଟ୍ଟନାୟକ ନେହେରୁ ଯୁବ କେନ୍ଦ୍ର ଜିଲ୍ଲାରେ ଯୁବକମାନଙ୍କୁ ନେଇ କେଉଁ କାମ କରୁଛନ୍ତି, ଯୁବକମାନେ ସାମିଲ ହେଲେ କିପରି ସ୍ବାବଲମ୍ବୀ ହୋଇପାରିବେ ବର୍ଣ୍ଣନା କରିଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀଯୁକ୍ତ ସ୍ଵେତବନ ପୂଜାରୀ ଯୁବକମାନେ କିପରି ରୋଜଗାରକ୍ଷମ ହୋଇପାରିବେ ବକ୍ତବ୍ୟ ଦେଇଥିଲେ। ଜିଲ୍ଲା ଓ ଶିଳ୍ପ କେନ୍ଦ୍ରର ବନମାଳୀ ମହାପାତ୍ର ଯୋଗ ଦେଇ ଏହି ଶିଳ୍ପ କ୍ଷେତ୍ରରୁ ଲୋକ ନେଇ ଯୁବକମାନେ କିପରି ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ ପରାମର୍ଶ ଦେଇଥିଲେ। ଅଧ୍ୟାପକ ନରେନ୍ଦ୍ର ଦିଗାଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଯୋଗ ଦେଇ ଦେଶ ଗଠନରେ ଯୁବ ସମାଜର ଭୂମିକା ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ବନମାଳୀ ବେହେରା ତାଙ୍କ ବକ୍ତବ୍ୟରେ ବିବେକାନନ୍ଦଙ୍କ ଯୋଗ ସାଧନା ତାଙ୍କ ଆଦର୍ଶ ନିତିନିଷ୍ଠ ଜୀବନ ବଞ୍ଚି ପାରିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ଯୁବ ସମାଜ ଆଜି ନିଶାଗ୍ରସ୍ତ, ଅ ବାଟର ବାଟୋଇ, ଯୁବ ବୟସକୁ ନ ସଜଡ଼ିଲେ ଜୀବନ ଦୁର୍ବିସହ ହୋଇଯିବ ବୋଲି କହିଥିଲେ। ଯୁବ ସମାଜକୁ ନେଇ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ସୁଶ୍ରୀ ଅର୍ପିତା ସାହୁ +3 ଶେଷ ବର୍ଷ ଛାତ୍ରୀ ଶ୍ରୀମତୀ ଲୁପିତା ପ୍ରଧାନ +3 ପ୍ରଥମ ବର୍ଷ , ସୁଶ୍ରୀ ଜେମିମା ଦିଗାଲ +3 ପ୍ରଥମ ବର୍ଷ ପ୍ରଥମ ସ୍ଥାନ ଅଧିକାର କରି ମାନପତ୍ର ସହ ପୁରସ୍କାର ଗ୍ରହଣ କରିଥିଲେ। ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆକୁଳାନନ୍ଦ ଦିଗାଳ, ଟିକାବାଲି

nis-ad
Leave A Reply

Your email address will not be published.