୨୫ଟି କଇଁଛ ସହ ଗୋଟିଏ ମୋଟର ସାଇକେଲ ଜବତ,୨କଇଁଛ ବେପାରୀ କୋର୍ଟଚାଲାଣ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ବିଭିନ୍ନ ସ୍ଥାନରେ କଇଁଛ ଚାଲାଣ କରାଯାଉଥିବା ନେଇ ଅନ୍ତର୍ରାଜ୍ୟ ରାକେଟ ଜଡିତ ଥିବା ନେଇ ଗତ ଦିନରେ ଗଣମାଧ୍ୟମ ରେ ଚର୍ଚ୍ଚା ସୃଷ୍ଟି କରିଥିଲା।ଏଥି ଲାଗି ଗତ କିଛିଦିନ ଧରି ବନବିଭାଗ ପକ୍ଷରୁ ଗୁପ୍ତ ସୂଚନା ସଂଗ୍ରହ ସହ ଏକାଧିକ ସ୍ଥାନରେ ଚଡାଉ ଜାରି ରହିଥିଲା । ସୂଚନା ମୁତାବକ ଏମ ଭି ୭୯ ବନ ବିଭାଗ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ ଙ୍କ ନେତୃତ୍ୱରେ ଏକ ଟିମ ଫୋରେଷ୍ଟର ଦୀପଙ୍କର ଶିଉଲି,ACF ଲିଲି ଆମାତ୍ୟା RO ମୋଟୁ ଏବଂ ଅନ୍ୟା କର୍ମଚାରୀ ମାନେ ଆଜି ସକାଳ ପ୍ରାୟ ୮ ଟା ବେଳେ ଏମ ପି ଭି ୮୧ ଗ୍ରାମ ଠାରେ ପେଟ୍ରୋଲିଂଜ କରୁଥିବା ସମୟରେ ଏକ କଇଁଚ ବୋଝେଇର ମୋଟର ସାଇକଲ ଟିକୁ ଠାବ କରାଯାଇଥିଲା। ଏହାପରେ ସେମାନଙ୍କୁ ଏମ୍ ଭି ୭୯ ସ୍ଥିତ ବନବିଭାଗ କାର୍ଯ୍ୟାଳୟ କୁ ନିଆଯାଇ ୧ଟି ମୋଟର ସାଇକଲ, (OD 30 3921)ତରାଜୁ, ୨ ଜଣ ଲୋକଙ୍କ ଠାରୁ ୨୫ଟି କଇଁଛ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ହଜାର ରୁ୨୦ ହଜାର ଟଙ୍କା ହୋବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି। ଏ ନେଇ ବନବିଭାଗ ପକ୍ଷରୁ ରୁ ୯୦/୨୨ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅଭିଜିତ ଵାଲା ଓ ପ୍ରକାଶ ତରଫଦାର ଏହି ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି। ଏହି କଇଁଚ ଆନ୍ଧ୍ରପ୍ରଦେଶ ର କାକିନାଡା ଅଞ୍ଚଳରୁ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ପ୍ରଶାସନକୁ ଚକମା ଦେଇ ଏହି ବେପାର ଚାଲିଥିଲା । ବନ ବିଭାଗର ଏଭଳି ଚଢାଉ ଯୋଗୁଁ କଇଁଛ ବେପାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଜଣାପଡିଛି

nis-ad
Leave A Reply

Your email address will not be published.