ଦେବେନ୍ଦ୍ର ଫଡନାବିସ୍‌ଙ୍କୁ ଅଟକ ରଖିଲା ପୁଲିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ଅଟକ। ପୁଲିସ ତାଙ୍କୁ ଆଜି ଅଟକ ରଖିଛି। ସେ ଏନ୍‌ସିପି ନେତା ନବାବ ମଲିକଙ୍କ ବିରୋଧରେ ଶୋଭାଯାତ୍ରା ବାହାର କରିଥିଲେ। ତେବେ ଦେବେନ୍ଦ୍ର ଫଡନାବିସ ଓ ଅନ୍ୟ ନେତାଙ୍କୁ ମେଟ୍ରୋ ଜଙ୍କସନ ଠାରୁ ଆଗକୁ ଯିବାକୁ ଦେଇନଥିଲା ପୁଲିସ। ସେମାନଙ୍କୁ ସେଠାରୁ ହିଁ ଉଠାଇନେଇଥିଲା। ବିଜେପି ନେତାମାନଙ୍କୁ ଅଟକ ରଖିବା ପରେ କାର୍ଯ୍ୟାଳୟରେ ଜୋରସୋରରେ ନାରାବାଜି ହୋଇଥିଲା।
ସୂଚନା ମୁତାବକ, ଦେବେନ୍ଦ୍ର ଫଡନାବିସ ଏବଂ ବିଜେପିର ଅନ୍ୟ ନେତାମାନେ ମିଶି ଏନ୍‌ସିପି ନେତା ନବାବ ମଲିକଙ୍କ ଇସ୍ତଫା ଦାବିରେ ଆଜାଦ ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି କାରଣ ଯୋଗୁ ସେମାନଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କୁ ଅଟକ ରଖିବା ପରେ ମେଟ୍ରୋ ସିନେମା ନିକଟରେ ଲାଗିଥିବା ବ୍ୟାରିକେଡସ୍‌ ହଠାଇ ସର୍ବସାଧାରଣଙ୍କ ପାଇଁ ରାସ୍ତା ଖୋଲା ଯାଇଛି।
ସୂଚନାଯୋଗ୍ୟ ଯେ, ନବାବ ମଲିକଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ମୁମ୍ବାଇର ଅଣ୍ଡରୱାର୍ଲ୍ଡ ଡନ୍‌ ତଥା ପଳାୟନ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଓ ତାଙ୍କ ସମ୍ପର୍କୀୟ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପ୍ରଥମେ ନବାବଙ୍କୁ ପୁରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା।
ସୂଚନାନୁସାରେ ଦାଉଦଙ୍କ ସାଥୀମାନଙ୍କ ସହ କଥିତ ରୂପେ ନେଣଦେଣ ଏବଂ ତାଙ୍କ ସହ ଏକ ପ୍ଲଟର ସଉଦାକୁ ଦେଇ ନବାବଙ୍କୁ ଇଡି ପଚରାଉଚରା କରିଥିଲା। ତେବେ ପଚରାଉଚରା ବେଳେ ନବାବଙ୍କ ଉତ୍ତରରେ ତାଳମେଳ ରହିନଥିଲା। ଏଥିସହ ସେ ତଦନ୍ତରେ ସହଯୋଗ ମଧ୍ୟ କରିନଥିଲେ। ନିକଟରେ ଇଡି ଅନେକ ସ୍ଥାନରେ ଚଢ଼ାଉ କରିଥିଲା। ଏହି ମାମଲାରେ ଦାଉଦର ଇବ୍ରାହିମର ଭାଇ ଇକବାଲ କାସକରଙ୍କୁ ମଧ୍ୟ ନିଜ କଷ୍ଟଡିରେ ନେଇଥିଲା ଇଡି।

nis-ad
Leave A Reply

Your email address will not be published.