ଜୁନାଗଡ଼ ନବାବଙ୍କ ବିବାଦୀୟ ବୟାନ୍‌: କହିଲେ ଜୁନାଗଡ଼ ପାକିସ୍ତାନରେ ମିଶିବ

ରାୱଲପିଣ୍ଡି: ‘ଜୁନାଗଡ଼ ସ୍ୱାଧୀନ ରାଜ୍ୟ ଥିଲା। ଭାରତ ଏହାକୁ ବଳପୂର୍ବକ ନିଜ କବ୍‌ଜାରେ ରଖିଛି। ଜୁନାଗଡ଼ ଭାରତଠାରୁ ମୁକ୍ତ ହୋଇ ପାକିସ୍ତାନରେ ରହିବାକୁ ଚାହେଁ’। କିଛି ଏମିତି ବିବାଦୀୟ ବୟାନ ଦେଇଛନ୍ତି ଜୁନାଗଡ଼ର ନବାବ ଜାହାଙ୍ଗିର ଖାନ୍‌ ଜୀ ଏବଂ ଦିୱାନ୍‌ ସାହିବ୍‌ଜାଦା ଭାରତକୁ ଚେତାବନୀ ଦେଇ ଉଭୟେ କହିଛନ୍ତି ଯେ, ଜୁନାଗଡ଼ ପାକିସ୍ତାନରେ ଥିଲା ଏବଂ ପାକିସ୍ତାନରେ ଅଂଶୀଦାର ହୋଇ ରହିବାକୁ ଚାହେଁ। ଜୁନାଗଡ଼ର ସ୍ୱାଧୀନତାକୁ ନେଇ ଉଭୟେ ଏଭଳି ମତ ଦେଇଛନ୍ତି । ପୂର୍ବରୁ ଜୁନାଗଡ଼ ସ୍ୱାଧୀନ ରାଜ୍ୟ ଥିଲା ବୋଲି ନୱାଜ୍ ଜାହାଙ୍ଗୀର କହିଛନ୍ତି । ତେବେ ଜୁନାଡ଼ଗରେ ପାକିସ୍ତାନ୍‌ ପତାକା ‌ଉଡ଼ିବାକୁ ଆଉ ବେଶୀ ଦିନ ବାକି ନାହିଁ। ଭାରତରେ ଜୁନାଗଡ଼ ମିଶିବା ଏକ ବଡ଼ ଠକାମି ଥିଲା ବୋଲି ସେ କହିଛନ୍ତି । ମୁସଲିମ ଶାସାନାଧୀନ ଥିବା ୧୯୪୭ରେ ଜୁନାଗଡ଼ ପାକିସ୍ତାନ୍‌ରେ ମିଶିବା ନେଇ ଚୁକ୍ତି ହୋଇଥିବା ବେଳେ ଭାରତ ବେଆଇନ ଭାବେ ଏହାକୁ ଅକ୍ତିଆର କରି ୭୪ ବର୍ଷ ହେଲା ନିଜ ଅଧିନରେ ରଖିଥିବା ସେ କହିଛନ୍ତି ।
ଭୌଗଳିକ ଦୃଷ୍ଟିକୋଣରୁ ଜୁନାଗଡ଼ର ବେଶ ଗୁରୁତ୍ୱ ରହିଛି। ଜୁନାଗଡ଼ର ଇତିହାସ ଉପରେ ବ୍ୟାଖ୍ୟା କରି ସାହିବଜାଦା ଅହମ୍ମଦ ଖାନ୍‌ କହିଛନ୍ତି ଯେ, ମୁସଲିମ ରାଜ୍ୟମାନଙ୍କ ମଧ୍ୟରେ ଦ୍ୱିତୀୟ ବହୁଳ ରାଜ୍ୟ ଭାବେ ଜୁନାଗଡ଼ ବେଶ ପରିଚିତ ଥିଲା। ବ୍ରିଟିସ୍‌ ଇଣ୍ଡିଆ ଅଧୀନ ୫୬୧ଟି ଗଡ଼ଜାତ ରାଜ୍ୟ ମଧ୍ୟରେ ରାଜସ୍ୱ ଆଦାୟରେ ୫ ନମ୍ବର ରାଙ୍କରେ ଥିଲା ବେଳେ ଖୁବ୍‌ ଧନୀ ମଧ୍ୟ ଥିଲା। ବ୍ରିଟିସ୍‌ ଇଣ୍ଡିଆ ଅଧୀନରେ ଆୟତନ ଦୃଷ୍ଟିରୁ ୪୦୦ ସ୍କୟାର ମାଇଲ ବ୍ୟାପୀ ବେଶ ବିଶାଳ ରାଜ୍ୟ ଥିଲା ଜୁନାଗଡ଼।
ଏହି ରାଜ୍ୟର ନିଜସ୍ୱ ସେନା ଏବଂ ବିଧିବଦ୍ଧ ରାଜ୍ୟ ବ୍ୟବସ୍ଥା ମଧ୍ୟ ଥିଲା। ଭାରତ ଅଧୀନ ଥିବା ଜୁନାଗଡ଼ ରାଜ୍ୟର ମୁକ୍ତିକୁ ନେଇ ନୱାଜ ମହମ୍ମଦ ପ୍ରଥମ ଥର ପାଇଁ ମୁହଁ ଖୋଲି ନାହାନ୍ତି। ୨୦୨୧ ସେପ୍ଟେମ୍ବରରେ ନୱାଜ ପାକିସ୍ତାନ ପ୍ରଧାନମନ୍ତୀ ଇମ୍ରାନ୍‌ ଖାନ୍‌ଙ୍କୁ ଜୁନାଗଡ଼ରେ ରାଷ୍ଟ୍ରଦୂତ ହେବାକୁ ନିବେଦନ କରିଥିଲେ। କଶ୍ମୀର ସ୍ୱାଧନତା ନେଇ ଇମ୍ରାନ ଅନ୍ତର୍ଜାତୀୟ ଫୋରମରେ ଦାବି କରି ଆସୁଥିବାରୁ ଜୁନାଗଡ଼ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଥିଲେ। ସେହିପରି ପାକିସ୍ତାନ୍‌ ମ୍ୟାପ୍‌ରେ ଜୁନାଗଡ଼କୁ ସାମିଲ କରିଥିବାରୁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନକୁ ଧନ୍ୟବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.