ଏକ୍‌ଜିଟ୍‌ ପୋଲ: ଉତ୍ତରାଖଣ୍ଡରେ ବିଜେପି-କଂଗ୍ରେସ ଟକ୍କର

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ୩ଥର ମୁଖ୍ୟମନ୍ତ୍ରୀ ବଦଳାଇଥିବା ବିଜେପିକୁ ଉତ୍ତରାଖଣ୍ଡରେ ବଡ଼ ଝଟକା ଲାଗିପାରେ। ରାଜ୍ୟର ୭୦ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଆଜି ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ହେଲେ କ୍ଷମତାସୀନ ବିଜେପି ଏହି ସଂଖ୍ୟାରୁ ସାମାନ୍ୟ ପଛରେ ରହିବ ବୋଲି ବିଭିନ୍ନ ଏକଜିଟ ପୋଲରୁ ଜଣାପଡ଼ିଛି। ଶାସକ ଦଳକୁ ବିରୋଧୀ କଂଗ୍ରେସ କଡ଼ା ଟକ୍କର ଦେବ। କଂଗ୍ରେସ ଖାତାକୁ ୩୨ଟି ଆସନ ଯାଇପାରେ।
ଏବିପି ନ୍ୟୁଜ ସି-ଭୋଟର ଅନୁଯାୟୀ, ବିଜେପି ୨୬ରୁ ୩୨, କଂଗ୍ରେସ ୩୨ରୁ ୩୮, ଆପ୍ ୦ରୁ ୨ଟି ଆସନ ପାଇବେ। ଇଟିଜି ରିସର୍ଚ୍ଚ କହିଛି ଯେ ରାଜ୍ୟରେ ବିଜେପି ୩୭ରୁ ୪୦, କଂଗ୍ରେସ ୨୯ରୁ ୩୨, ଆପ ୦ରୁ ୧ ଆସନ ପାଇବେ।
ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅନୁଯାୟୀ ୨୫ରୁ ୨୯, କଂଗ୍ରେସ ୩୭ରୁ ୪୧ ଓ ଆପ୍‌ ଖାତା ଖୋଲିପାରିବ ନାହିଁ। ନ୍ୟୁଜ ୨୪ରର ଏକଜିଟ ପୋଲ ଅନୁଯାୟୀ, ବିଜେପି ୪୩, କଂଗ୍ରେସ ୨୪, ଆପ ଶୂନ।

nis-ad
Leave A Reply

Your email address will not be published.