ମହିିଳାଙ୍କ ଠାରୁ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ଆଜି ସହିଦନଗର ଅଞ୍ଚଳରୁ ଜଣେ ମହିଳାଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଦୁଇଜଣ ବାଇକରେ ଆସି ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଲୁଟର ଶିକାର ହୋଇଥିବା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିଥିଲେ ସୁଦ୍ଧା ଲୁଟେରାଙ୍କ ଟେର୍ ପାଇନି ।

ମହିଳାଜଣକ ଆଜି ମଧ୍ୟାହ୍ନରେ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ବ୍ୟାଗରେ ରଖି ଯାଉଥିବାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ଦୁଇଜଣ ଲୁଟେରା ବାଇକରେ ଆସି ତାଙ୍କ ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ଲୁଟେରାମାନେ ବମିଖାଲ ଓଭରବ୍ରିଜ ଦେଇ ଫେରାର ହୋଇଯାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଗତ କିଛିଦିନ ତଳେ ଲୁଟେରାମାନେ କାରର କାଚ ଭାଙ୍ଗି ଲୁଟିଥିବା ବେଳେ ପୋଲିସ୍ ସେହି ମାମଲାରେ ମଧ୍ୟ କୌଣସି ଟେର୍ ପାଇନାହିଁ । ଏହାରି ମଧ୍ୟରେ ରାଜଧାନୀର ରାଜରାସ୍ତା ଉପରେ ମହିଳାଙ୍କ ଠାରୁ ଲୁଟ ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.