କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତାଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ । ମହାନଗର ନିଗମ ଠାରୁ ପୌର ପରିଷଦ ଓ ଏନଏସି ସବୁଠି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଚାଲିଛି । ନାମାଙ୍କନ ଦାଖଲର ସମୟ ସରିଆସୁଥିବାବେଳେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଳୀୟ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଛନ୍ତି ମଧୁସ୍ମିତା । ସେହିପରି ମହାନଗର ନିଗମର ବିଭିନ୍ନ ୱାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ସେପଟେ କଟକ ମହାନଗର ନିଗମ ମେୟର ପଦ ପାଇଁ ବିଜେପି ଅଭିନେତାରୁ ନେତା ବନିଥିବା ଶ୍ରୀତମ ଦାସଙ୍କୁ ପ୍ରାର୍ଥୀ କରିଛି । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶ୍ରୀତମ ଦାସ ବିଜେପିରେ ଯୋଗ ଦେବା ପରେ ଦୀର୍ଘଦିନ ହେବ ଦଳରେ ସକ୍ରିୟ ଅଛନ୍ତି । ନିର୍ବାଚନ ପ୍ରଚାର ସମୟରେ ସେ ବିଜେପିର ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରୁଥଲେ । ସିଏମସି ପାଇଁ ଶ୍ରୀତମଙ୍କୁ ବିଜେପି ମେୟର କ୍ୟାଣ୍ଡିଡେଟ ଘୋଷଣା କରିବା ପରେ ସେ କହିଛନ୍ତି, କଟକ ସହରର ବିଭିନ୍ନ ସମସ୍ୟା ସମାଧାନ କରିବା ତାଙ୍କର ପ୍ରାଥମିକତା । ବିଜେଡିରୁ ସୁବାସ ସିଂଙ୍କୁ କଟକ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଗିରିବାଳା ବେହେରା ।

nis-ad
Leave A Reply

Your email address will not be published.