ସରୋଜିନୀ ଖୁଣ୍ଟିଆଙ୍କୁ ମେୟର ପ୍ରାର୍ଥୀନୀ ଘୋଷଣା କଲା ଆପ୍

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଭୁବନେଶ୍ୱର ପାଇଁ କଂଗ୍ରେସ ଓ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ଆଜି ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଭୁବନେଶ୍ୱର ପାଇଁ ସରୋଜିନୀ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଛି ଆପ୍ ।

ସେହିପରି ଡକ୍ଟର ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି । ଏନେଇ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି । ଜଣେ ଲେଖିକା ଭାବେ ସୁନୀତି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ସମ୍ବଲପୁର ୟୁନିଭର୍ସିଟିରୁ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଛନ୍ତି ।

ଅନ୍ୟପଟେ ଗତକାଲି ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ବିଜେଡିର ମେୟର ପ୍ରାର୍ଥୀ । ଏହା ସହ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନାଁ ଘୋଷଣା କରିଛନ୍ତି । ଏହିପରି ଭାବରେ ଆପର ସରୋଜିନୀ ଖୁଣ୍ଡିଆଙ୍କ ଲଢ଼େଇ ବିଜେଡିର ସୁଲୋଚନା ଦାସ, ବିଜେପିର ସୁନୀତି ମୁଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ସହ ହେବ ।

nis-ad
Leave A Reply

Your email address will not be published.