ପୁସ୍ତକ ଉନ୍ମୋଚନ ଓ କବିତା ପଠନ


ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟ ଆନୁକୂଲ୍ୟରେ କବିତା ପାଠ ଓ ପୁସ୍ତକ ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଲେଖକ ସାମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ବରିଷ୍ଠ ସାହିତ୍ୟିକ ଶ୍ରୀ ଅନନ୍ତ ଚରଣ ମିଶ୍ର ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ l ଭଦ୍ରକର ପାଳିଆ ଅବସ୍ଥିତ ପ୍ରଭୁ ବିରଂଚି ନାରାୟଣ ଙ୍କ କଥା ଓ ଗାଥା କୁ ନେଇ “ପାଳିଆ ବିରଂଚି ନାରାୟଣ ” ଓ ଭାବ ଭକ୍ତି ର କବିତା “ଜୀବନ ସ୍ରୋତ ” କୁ ପଞ୍ଚାୟତ ମହାବିଦ୍ୟାଳୟ, ଫିରିଙ୍ଗିଆର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ସମୀକ୍ଷା କରିଥିଲା ବେଳେ ସଂଗଠନ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ସହ ସମ୍ପାଦିକା ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସୁନ୍ଦର ସଂଯୋଜନାରେ ଉପସ୍ଥିତ କବିମାନେ କବିତା ଆବୃତ୍ତି କରିଥିଲେ l

ସର୍ବଶ୍ରୀ ନବୀନ ଚନ୍ଦ୍ର ପଣ୍ଡା, ଡ଼ଃ ନୃସିଂହାନନ୍ଦ ମହାପାତ୍ର , କୁନ୍ଦନ ସିଂ, ବି କେ କମଳ, କବି ସୌରଭ ବୈଜୟନ୍ତୀମାଲା ମହାପାତ୍ର, ସୋମନାଥ ସାହୁ,ଦୁର୍ଯ୍ୟୋଧନ ପ୍ରଧାନ, ରାମକୃଷ୍ଣ ବେହେରା ପ୍ରମୁଖ କବିତା ପାଠ କରିଥିଲେ l ଏହା ପୂର୍ବରୁ ଡ଼ଃ ମହାନ୍ତିଙ୍କ ବହୁ ପୁସ୍ତକ ପ୍ରକାଶିତ ହୋଇଥିଲା ବେଳେ ମହାଶିବ ରାତ୍ର ଅବସରରେ ଚକାପାଦଠାରେ “ବାବା ବିରୁପାକ୍ଷ” ଓ ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ଙ୍କ ମନ୍ଦିରରେ “ମହାମାୟୀ ପାଟଖଣ୍ଡା’ ନାମରେ ଦୁଇଟି ପୁସ୍ତକ ସଦ୍ୟ ଉନ୍ମୋଚିତ ହୋଇ ଯାଇଛି l ଡ଼ଃ ମହାନ୍ତି ଙ୍କ ଏହି ସାହିତ୍ୟ କୃତି ପାଇଁ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଶୁଭେଚ୍ଛା ଜଣାଇଛନ୍ତି l

nis-ad
Leave A Reply

Your email address will not be published.