ଫୁଲବାଣୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ “କାର୍ଯ୍ୟକ୍ଷେତ୍ରରେ ଚାପ ହ୍ରାସ” ସମ୍ପର୍କିତ କର୍ମଶାଳା


ଫୁଲବାଣୀ : ଆଜି ଫୁଲବାଣୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟ କ୍ଷେତ୍ରରେ ଚାପ ହ୍ରାସ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ପଞ୍ଚାନନ ବେହେରା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତପସ୍ଵିନୀ ଆଚାର୍ଯ୍ୟ, ଦଧିବାମନ ରଥ ଓ ସନ୍ତୋଷ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ଷେତ୍ର ରେ ଉତ୍ପନ୍ନ ହେଉ ଥିବା ବିଭିନ୍ନ ପ୍ରକାରର ଚାପ ଓ ତାର ନିରାକରଣ ବିଷୟରେ କଲେଜର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ବୁଝାଇଥିଲେ। ଉକ୍ତ କର୍ମଶାଳାକୁ ମୋ କଲେଜ ସଂଯୋଜକ ପ୍ରଫେସର ମୂରଲୀଧର ସେଠୀ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.