ଚିକିଟି ପୌରପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ନିର୍ବାଚନ କମିଶନ ଙ୍କ ଦ୍ଵାରା ସହରାଞ୍ଚଳ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟର ସମସ୍ତ ପୌରପରିଷଦ ଓ ମହାନଗର ନିଗମ ନିର୍ବାଚନ ଚଳିତ ମାସ ସୁଦ୍ଧା ସମ୍ପନ୍ନ ହେବ।ଗତ ୨ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଆସନ୍ତା୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ୧୪ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପତ୍ୟାହର ୨୪ ତାରିଖରେ ମତଦାନ ଏବଂ୨୬ତାରିଖରେ ଭୋଟ ଗଣତି ଶେଷ ହେବ।ଏହି ପରିପେକ୍ଷିରେ ଚିକିଟି ପୌରପରିଷଦ ପାଇଁ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଉସ୍ମତା ବୃଦ୍ଧି ପାଇବା ସାଙ୍ଗକୁ ସହର ଚଳଚଞ୍ଚଳ ହୋଇ ଉଠିଛି । ନାମାଙ୍କନ ଦାଖଲ ର ଦୁଇ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇନଥିବା ବେଳେ ଆଜି ତଥା ଶୁକ୍ରବାର ତୃତୀୟ ଦିନରେ ବିଜେଡ଼ି ପକ୍ଷରୁ ପୁର୍ବତନ ଉପନଗରପାଳ ତଥା ଚିକିଟି ରାଜ ପରିବାର ରୁ ଶ୍ରୀ ଦୁର୍ଗା ପ୍ରସାଦ ଦେଓ ୩ନମ୍ବର ୱାର୍ଡ କାଉନସିଲର ପାଇଁ ପ୍ରଥମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପୌରପରିଷଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଗଡ଼ ଅକ୍ତିଆର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହି ବ୍ଲକ ଓ ପୌରପରିଷଦ ରେ ବିଜେଡ଼ି ର ଲୋକପ୍ରିୟତା ସାଙ୍ଗକୁ ପଲ୍ଲା ଭାରି ଥିବାରୁ ବିଜେପି ପାତ୍ରପୁର ବ୍ଲକ ର ସଫଳତା କୁ ପାଥେୟ କରି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ସୂଚନା ମିଳିଛି।ନାମାଙ୍କନ ପତ୍ର ଦାଖଲ ର ୩ ଦିନ ବିତି ଯାଇଥିବା ବେଳେ ପ୍ରଥମ ଦିନରେ ଶୂନ, ଦ୍ୱିତୀୟ ଦିନରେ ୪ଓ ତୃତୀୟ ଦିନରେ ୧ଗୋଟି ଆଜି ସୁଦ୍ଧା ସର୍ବମୋଟ ୫ଗୋଟି ନାମାଙ୍କନ ପତ୍ର ବିକ୍ରି ହୋଇଥିବା ପୌରପରିଷଦ ପକ୍ଷରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.